ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼

ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ଲହରୀ ଜାରି । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼ । କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ଡିଗ୍ରୀ ତଳେ ରାଜ୍ୟର ଅନେକ ସହର । ରାଜ୍ୟରେ ଗତ ୨ ଦିନ ଧରି ଶୀତ ଅନୁଭୂତ ହେଉଛି ଏବଂ ଆଗାମୀ ୩ ଦିନ ପର୍ୟ୍ୟନ୍ତ ଏହି ସ୍ଥିତି ଜାରି ରହିବ। ୧୬ ତାରିଖ ବେଳକୁ ରାଉରକେଲାରେ ତାପମାତ୍ରା ୭ ଡିଗ୍ରୀକୁ ଖସିଯିବ । ଅନେକ ସ୍ଥାନରେ ପାରଦ୧୦ ଡିଗ୍ରୀ ତଳେ ଥିବ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅପରପକ୍ଷେ, ଆସନ୍ତା ୩ ଦିନ ପରେ ରାଜ୍ୟବ୍ୟାପୀ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ଯାହାଫଳରେ ଶୀତ ଅପେକ୍ଷାକୃତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପାଣିପାଗ କେନ୍ଦ୍ର ଅନୁଯାୟୀ ୧୫ ତାରିଖରେ ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ନେଇ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

  • Related Posts

    ଆନ୍ଧ୍ରପ୍ରଦେଶରେ ଓଡ଼ିଆ ଦାଦନ ଶ୍ରମିକ ମୃତ

    କଳାହାଣ୍ଡି: ଆନ୍ଧ୍ରପ୍ରଦେଶର ଅନକାପାଳି ଅଞ୍ଚଳରେ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ପ୍ରେମରାଜ ବିଶୋଇ (୪୦ ବର୍ଷ)। ଏହି ଅଘଟଣ ପରେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳିଯାଇଥିବାବେଳେ…

    Continue reading
    ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

    ନୂଆଦିଲ୍ଲୀ: ଓଡ଼ିଶାରେ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର ଖୋଲିବ। କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି କେନ୍ଦ୍ର ଖୋଲାଯିବାକୁ ଅନୁମୋଦନ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି । ମୋଟ୍ ୫ଟି ଶାସ୍ତ୍ରୀୟ ଭାଷା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ