ମାଲାଗୁଡ଼ାରେ କଲଭର୍ଟ ଧୋଇଗଲା, ଯୋଗାଯୋଗ ବିଚ୍ଛିନ୍ନ; କ୍ଷୟକ୍ଷତି ଅନୁଧ୍ୟାନ କଲେ ସାଂସଦ ପ୍ରତିନିଧି

ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ରାଇକିଆ ବ୍ଲକ୍‌ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଦୁଇ ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଥିବାବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।ବିଶେଷକରି କଳିଙ୍ଗା ଘାଟି ରାସ୍ତା ବନ୍ଦ ରହିଥିବାରୁ ଗତ ଏକ ବର୍ଷ ଧରି ଗଞ୍ଜାମ ଜିଲ୍ଲା କୁ ଯାତାୟାତ ପାଇଁ କରଡ଼ା ରାସ୍ତାକୁ ବିକଳ୍ପ ମାର୍ଗ ଭାବେ ବ୍ୟବହାର କରାଯାଉଥିଲା। ତେବେ ଲଗାଣ ବର୍ଷାରେ ମାଲାଗୁଡ଼ା ନିକଟରେ ଥିବା କଲଭର୍ଟ ଧୋଇଯିବାରୁ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ରାଇକିଆରୁ କରଡ଼ା, ଇନ୍ଦ୍ରଗଡ଼, ରଣବା ଓ ବଡ଼ବରବା ସମେତ ବିଭିନ୍ନ ପଞ୍ଚାୟତକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଯାତାୟାତ ସହ ଦୈନନ୍ଦିନ ଜୀବନଯାପନ ମଧ୍ୟ ପ୍ରଭାବିତ ହୋଇଛି।ଏଭଳି ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ରାଇକିଆ ବ୍ଲକ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କାଙ୍କ ନେତୃତ୍ୱରେ ଏକ ଦଳ ବିଭିନ୍ନ ସ୍ଥାନ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଦଳରେ ନାରାୟଣ ପାତ୍ର, ରାଜମୋହନ ଦିଗାଳ, ସୁଦର୍ଶନ ବେହେରା ଓ ସୁଧାଂଶୁ ପାଣିଗ୍ରାହୀ ସାମିଲ ଥିଲେ।ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ସମସ୍ୟାର ଶୀଘ୍ର ସମାଧାନ ସହ କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ସହ ରାସ୍ତା ମରାମତି ଓ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଭିଜିଲାନ୍ସ ପଞ୍ଝାରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

    କଟକ : ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରା ପଡ଼ିଲେ କଟକ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର ମୌସୁମୀ ବେହେରା । ଜୁଲାଇରୁ ସେପ୍ଟେମ୍ଵର ମାସ ମଧ୍ୟରେ ବୃକ୍ଷରୋପଣ ସମ୍ପର୍କିତ ବିଲ୍ ପାସ୍…

    Continue reading
    ଓପିଏସ୍‌ସି ମେନ୍ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଓପିଏସ୍‌ସି ଅଧ୍ୟକ୍ଷଙ୍କୁ ସାଂସଦଙ୍କ ଚିଠି

    ବାତ୍ୟା ପରେ ଦକ୍ଷିଣ ଓଡ଼ିଶାରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ। ଏଭଳି ସ୍ଥିତିରେ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢ଼ାଇଛି ଓପିଏସ୍‌ସି ମେନ୍ ପରୀକ୍ଷା । ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଓପିଏସ୍‌ସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ଆସନ୍ତା ୩୧…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ