ମାସକରେ ଶିମିଳିପାଳରେ ୨ ହାତୀ ମୃତ

ବାରିପଦା: ମହେନ୍ଦ୍ରକୁ ଝୁରି ଝୁରି ଆଖି ବୁଜିଲା ଭବାନୀ । ଡକା ଡକି ହୋଇ ଚାଲିଗଲେ ଶିମିଳିପାଳର ଦୁଇ କୁମକୀ ହାତୀ । ମୟୂରଭଞ୍ଜ ଶିମିଳିପାଳରେ ହାତୀ ଭବାନୀର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମାସକରେ ଶିମିଳିପାଳରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଛି ।
୬୨ ବର୍ଷ ବୟସରେ କୁମକୀ ପୋଷା ହାତୀ ଭବାନୀର ମୃତ୍ୟୁ ହୋଇଛି । ଜେନାବିଲଠାରେ ଆଖି ବୁଜିଛି ୭ଫୁଟ ଉଚ୍ଚ ହାତୀ ଭବାନୀ । ୨୦୧୮ରୁ ଅବସର ନେଇଥିଲା ସେ । ଏହା ପରେ ବୟସାଧିକ କାରଣକୁ ଅଧିକାଂଶ ସମୟ ଅସୁସ୍ଥ ରହୁଥିଲା । ବୃଦ୍ଧାବସ୍ଥା ହେତୁ ତାର ଦାନ୍ତ ନଥିଲା । ସେ କେବଳ ନରମ ଖାଦ୍ୟ ଖାଉଥିଲା । ମଙ୍ଗଳବାର ସେ ଆଖି ବୁଜିଛି । ମାସକରେ ଆଖି ବୁଜିଲେଣି ଦୁଇ ହାତୀ-ଶିମିଳିପାଳରେ ମାତ୍ର କେଇ ଦିନ ମଧ୍ୟରେ ଦୁଇ କୁମକୀ ହାତୀଙ୍କ ମୃତ୍ୟୁ ହୋଇଛି । ଗତ ୧୨ ତାରିଖରେ ଗଜରାଜ ମହେନ୍ଦ୍ର ମୃତ୍ୟୁ ହୋଇଥିଲା । ଆଜି ଜେନାବିଲଠାରେ ମାଈ ହାତୀ ଭବାନୀର ମୃତ୍ୟୁ ହୋଇଛନ୍ତି । ୨୦୧୮ରୁ ସେବାରୁ ଅବସର ନେଇଥିଲା ଭବାନୀ । ୨୦୦୧୧ ମସିହା ନଭେମ୍ବରରେ ଭାବାନୀ, ଶୋଭା ଓ ମହେନ୍ଦ୍ରକୁ ଶିମିଳିପାଳ ଅଣାଯାଇଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ସେମାନେ ଶିମିଳିପାଳ ସୁରକ୍ଷାରେ ଥିଲେ । ପ୍ରଥମେ ଶୋଭାର ମୃତ୍ୟୁ ହୋଇଥିଲା । ଏହାପରେ ଗତ ୧୨ ତାରିଖରେ ଆଖି ବୁଜିଥିଲା ମହେନ୍ଦ୍ରେ । ଆଉ ଆଜି ଭବାନୀର ମୃତ୍ୟୁ ହୋଇଛନ୍ତି । ବୟସାଧିକ କାରଣରୁ ଅଧିକାଂଶ ସମୟ ଅସୁସ୍ଥ ରହୁଥିଲା ଭବାନୀ ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ