ମାସକର ଦରମା ଦାନ କଲେ ଧାମୀ

ଡେରାଡୁନ: ବିପତ୍ତି ବେଳେ ବଡପଣ ଦେଖାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଉତ୍ତରକାଶୀରେ ହୋଇଥିବା ପ୍ରଳୟ ପରେ ରିଲିଫ ପାଇଁ ନିଜ ଦରମା ଦେଲେ ମୁଖ୍ୟମନ୍ତ୍ରୀ । ଧରାଲି ଏବଂ ହର୍ସିଲ ଅଞ୍ଚଳରେବିପର୍ୟ୍ୟୟ ପରିଚାଳନା ସହ ରିଲିଫ ସାମଗ୍ରୀ ଏବଂ ଉଦ୍ଧାର କାର୍ୟ୍ୟ ପାଇଁ ନିଜ ମାସକର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ।ତେବେ ଉତ୍ତରକାଶୀରେ ପ୍ରଳୟର ତାଣ୍ଡବଲୀଳା ପରେ ଏବେ ଧରାଲିରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡରୁ ମାଡି ଆସିଥିବା ମାଟି ପାଣି ମିଶା ଆବର୍ଜନାରେ ପୂରା ଧରାଲି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ଧରାଲି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବ୍ରିଜ୍ ଭାଙ୍ଗିଛି, ରାସ୍ତା ଧୋଇ ଯାଇଛି ଏପରି ସ୍ଥଳରେ ଆକାଶମାର୍ଗରୁ ହେଲିକପ୍ଟର ଜରିଆରେ ଉଦ୍ଧାର କାମ ଚାଲିଛି । ସେପଟେ ୨୭୫ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏନଡିଆରଏଫ, ଏସଡିଆରଏଫ ବିଆରଓ ଘଟଣାସ୍ଥଳରେ ଉଦ୍ଧାରକାମକୁ ଜୋରଦାର କରିବା ସହ ଆବର୍ଜନା ତଳୁ ଜୀବନ ଖୋଜୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏଭଳି ପରିସ୍ଥିତର ମୁକାବିଲା ସହ ସ୍ଥାନୀୟ ଯୁବକ ଏବଂ ସଂଗଠନମାନଙ୍କୁ ସାଧାରଣ ଲୋକଙ୍କ ସହାୟତା ପାଇଁ ଅପିଲ କରିଛନ୍ତି ।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ