
ରାଇକିଆ: ଆଗାମୀ ଶାରଦୀୟ ଉତ୍ସବକୁ ନେଇ କନ୍ଧମାଳ ଜିଲା ରାଇକିଆରେ ପୂଜା ପ୍ରସ୍ତୁତି ଆରମ୍ଭ ହୋଇଛି। ରାଇକିଆ ପୂଜା କମିଟି ପକ୍ଷରୁ ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପଠାରେ ମା’ ବନଦୁର୍ଗାଙ୍କ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁଭ ମୁହୂର୍ତ୍ତ ଅନୁଯାୟୀ ସନ୍ଧ୍ୟା ୬ଟା ୩୦ ମିନିଟ୍ରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ମନ୍ତ୍ରୋଚ୍ଚାରଣ ମଧ୍ୟରେ ମା’ ବନଦୁର୍ଗାଙ୍କ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା। ଖୁଣ୍ଟି ସ୍ଥାପନ ସହ ଚଳିତବର୍ଷର ଶାରଦୀୟ ଦୁର୍ଗାପୂଜା ପାଇଁ ରାଇକିଆ ପୂଜା କମିଟିର ପ୍ରସ୍ତୁତି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।
କାର୍ଯ୍ୟକ୍ରମରେ ପୂଜା କମିଟି ସଭାପତି ସତ୍ୟବାନ ପାତ୍ର, ସାଧାରଣ ସମ୍ପାଦକ ସନ୍ତୋଷ ଲେଙ୍କା, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, କର୍ତ୍ତା ଅଜିତ କୁମାର ଦାଶ,ପୁଜାରୀ କାଳୁ ଚରଣ ଶତପଥୀ,ଦୁର୍ଯ୍ୟୋଧନ ଲେଙ୍କା, ସୁଶୀଳ ତ୍ରିପାଠୀ, ରାଜମୋହନ ଦିଗାଳ, ଅଭିମନ୍ୟୁ ପଣ୍ଡା,ବାବୁଲା ପଟ୍ଟନାୟକ, ନାରାୟଣ ପାତ୍ର, କୃଷ୍ଣ ମହାନ୍ତି, ମିହିର ମହାପାତ୍ର , ମିଟୁ ବିଶ୍ୱାଳ, ସନ୍ତୋଷ ସାହୁ ଓ ଜିତେନ୍ଦ୍ର ପଣ୍ଡା ଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏଥିସହ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ଭକ୍ତ ଯୋଗଦେଇ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଶାରଦୀୟ ଦୁର୍ଗାପୂଜାକୁ ଭକ୍ତି, ଶ୍ରଦ୍ଧା ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଶୁଭ ଖୁଣ୍ଟି ସ୍ଥାପନ ପରେ ରାଇକିଆ ଅଞ୍ଚଳରେ ଶାରଦୀୟ ଉତ୍ସବକୁ ନେଇ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା








