ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଲେ ପ୍ରଭାତ

ଭୁବନେଶ୍ୱର: ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ମିଡ୍‌ ନାଇଟ୍‌ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍‌ ଚର୍ଚ୍ଚିତ। କାରଣ ଏହି ଦିନ ଗୋପନୀୟ ଭାବେ ଷଡ଼ଯନ୍ତ୍ର ଚଳାଇ ଦଳକୁ ଭାଙ୍ଗିବା, ନେତାଙ୍କୁ ବିଭାଜନ କରିବା, ଦଳର ନେତୃତ୍ୱକୁ ଦୁର୍ବଳ କରିବାର ଚେଷ୍ଟା କରାଯାଇଥିଲା।୨୦୧୨ର ମିଡ୍‌ ନାଇଟ୍‌ ଅପରେଶନ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ବର୍ଗତଃ ପ୍ୟାରୀମୋହନ ମହାପାତ୍ରଙ୍କ ନେତୃତ୍ୱରେ କରାଯାଇଥିଲା। ନବୀନ ସେତେବେଳେ ନିଜେ ଏହାକୁ ‘midnight plot to dethrone me’ ବୋଲି କହିଥିଲେ। ନବୀନ ପଟ୍ଟନାୟକ ସେହିଦିନ ପ୍ୟାରୀଙ୍କୁ ଦଳରୁ ବିତାଡ଼ିତ କରିଥିଲେ।ଏବେ ସେହି ଦିନର ଭିତିରି କଥା କହିଛନ୍ତି ପ୍ରଭାତ। ସେଦିନ ରାତି ଓ ପୂର୍ବ କିଛିଦିନର ଘଟଣାବଳୀ ବି କହିଛନ୍ତି। ପ୍ରଭାତ କହିଛନ୍ତି, ମୋତେ ଅତନୁ ସବ୍ୟସାଚୀ ନାୟକ ଘରକୁ ଡାକି ଖାଇବାକୁ ଦେଲେ। ସେତେବେଳକୁ ପ୍ରଣବ ପ୍ରକାଶ ଦାସ, ସାରଦା ନାୟକ ପହଞ୍ଚି ସାରିଥିଲେ। ବିଭୂତି ବଳବନ୍ତରାୟ ଓ ରାଜୁ ବାବୁ ମଧ୍ୟ ପହଞ୍ଚି ସାରିଥିଲେ। ସେଦିନ କିଏ କାହାକୁ କ’ଣ କହିଥିଲେ ତାହାର ରେକର୍ଡ ମୋ ପାଖରେ ରହିଛି। ସ୍ବର୍ଗତଃ ପ୍ୟାରୀ ବାବୁ ଓ ତାଙ୍କ ସ୍ତ୍ରୀ ଶପଥ କରାଇଥିଲେ ପ୍ରକାଶ ନ କରିବାକୁ। ତେଣୁ ଆଜି ପର୍ଯ୍ୟନ୍ତ ମୁଁ ଚୁପ୍‌ ରହି ଆସିଥିଲି। ଖଇରିଆ ପୋଷାକ ପିନ୍ଧାଇବା ପାଇଁ ୨ ପୂର୍ବତନ ମନ୍ତ୍ରୀ, ଦେବାଶିଷ ହିଁ ଦାୟୀ ବୋଲି ପ୍ରଭାତ କହିଛନ୍ତି। ସେ ଆହୁରି ମଧ୍ୟ ଏକ ବଡ଼ କଥା କହିଛନ୍ତି। ଅତନୁ ଓ ବବି ଦଳ ପାଇଁ ରାତି ଅନିଦ୍ରା ହୋଇ ନାହାନ୍ତି ବରଂ ସେ ନିଜେ ହୋଇଥିବା କହିଛନ୍ତି।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ