ନୂଆଦିଲ୍ଲୀ,20/09: ମାଲୟାଲମ୍ ସିନେମାର ସୁପର୍ଷ୍ଟାର ମୋହନଲାଲଙ୍କୁ ୨୦୨୩ ପାଇଁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଆଜି କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ମୋହନଲାଲ କହିଛନ୍ତି, ‘ଏହା କେବଳ ମୋର ନୁହେଁ, ସମଗ୍ର ମାଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସମ୍ମାନ।’ ଏହି ପୁରସ୍କାର ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଆସନ୍ତା ୨୩ ତାରିଖ ଦିନ ପ୍ରଦାନ କରାଯିବ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ମୋହନଲାଲ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ତାଙ୍କର ବଳିଷ୍ଠ ଅଭିନୟ ଓ ସିନେମା ପ୍ରତି ନିଷ୍ଠା ତାଙ୍କୁ ଦୁଇଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ଅନେକ ସମ୍ମାନରେ ଗୌରବାନ୍ବିତ କରାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋହନଲାଲଙ୍କୁ ‘ମାଲୟାଲମ ସିନେମାର ଅଗ୍ରଣୀ ଆଲୋକ’ ବୋଲି କହି ଅଭିନନ୍ଦନ ଜଣାଇଛନ୍ତି। ଦାଦାସାହେବ ଫାଲକେ ପୁରସ୍କାର ଭାରତୀୟ ଚଳଚ୍ଚିତ୍ର ଜଗତରେ ଅସାଧାରଣ ଅବଦାନ ପାଇଁ ପ୍ରଦାନ କରାଯାଏ। ମୋହନଲାଲଙ୍କ ଏହି ସଫଳତା ମାଲୟାଲମ୍ ସିନେମା ସହ ସମଗ୍ର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସମ୍ମାନକୁ ଆହୁରି ଉଚ୍ଚକୁ ନେବ ବୋଲି ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ
ବିଶିଷ୍ଟ ବ୍ୟକ୍ତି ମତ ରଖିଛନ୍ତି।
ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି
ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…






