ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପାଳିତ ରଜ ଉତ୍ସବ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ଏହି ଫସଲର ଉତ୍ସବ ରଜର ଶୁଭ ଅବସରରେ, ମୁଁ ସମଗ୍ର ଦେଶର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଏହି ପର୍ବ ପ୍ରକୃତି ଏବଂ ସମାଜ ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ। ଏହି ସୁନ୍ଦର ମୌସୁମୀ ମହୋତ୍ସବ ପୃଥିବୀ ଏବଂ ମେଘକୁ ସମ୍ମାନ ଦିଏ। ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି ଯେ, ଏହି ପର୍ବ ଲୋକମାନଙ୍କୁ ପ୍ରକୃତି ସହିତ ସମନ୍ୱୟରେ ରହିବା ଏବଂ ରାଷ୍ଟ୍ର ନିର୍ମାଣରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ଦେବ। ସେ ଏହି ଅବସରରେ ରାଜ୍ୟ ଏବଂ ସମଗ୍ର ଦେଶରଲୋକଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଛନ୍ତି।
ପହିଲି ରଜରେ ୫ କୋଟି ଆମିଷ ବିକ୍ରି
ଭୁବନେଶ୍ୱର: ରଜ ବଜାରରେ ଡିମାଣ୍ଡରେ ରହିଲା ଖାସି । ଯେଉଁଠି ମାଛ, ଚିକେନରେ କୋଟିଏ ଲେଖାଏଁର ବେପାର ହୋଇଥିଲା, ସେଠି ଏକୁଟିଆ ଖାସିରେ ଆସିଲା ଦୁଇ କୋଟି । ପଶ୍ଚିମବଙ୍ଗରୁ ଯଥେଷ୍ଟ ଖାସି ଆସୁନଥିବା ସତ୍ତେ୍ୱ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାରେ ସଫଳ…


