ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଏବିଭିପିର ବିଜୟ,ନବମନୋନୀତ ସଦସ୍ୟଙ୍କୁ ଭାଜପା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଛାତ୍ର ସଂସଦର ବିଭିନ୍ନ ପଦବୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏହି ଅବସରରେ କନ୍ଧମାଳର ଲୋକପ୍ରିୟ ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀଙ୍କ ଆଗ୍ରହକ୍ରମେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ନବମନୋନୀତ ଛାତ୍ର ସଂସଦ ସଦସ୍ୟଙ୍କୁ ନେଇ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ନବମନୋନୀତ ଛାତ୍ର ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଆଗାମୀ କାର୍ଯ୍ୟକାଳର ସଫଳତା କାମନା କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷା, ସାମଗ୍ରିକ ବିକାଶ ଓ ସମସ୍ୟାର ସମାଧାନ ଦିଗରେ ନୂତନ ପ୍ରତିନିଧିମାନେ ଦାୟିତ୍ୱବାନ ଭାବେ କାର୍ଯ୍ୟ କରିବା ସହ ମହାବିଦ୍ୟାଳୟର ସୁସ୍ଥ ଶୈକ୍ଷିକ ପରିବେଶକୁ ଆଗକୁ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଛାତ୍ର ସଂସଦରେ ସଭାପତି ଭାବେ ସୁମିତ୍ ପ୍ରଧାନ ମନୋନୀତ ହୋଇଥିବାବେଳେ ଜଗମୋହିନୀ ପ୍ରଧାନ ଉପସଭାପତି ଏବଂ ସ୍ନେହଲତା ପ୍ରଧାନ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ସେହିପରି ଶାମୁକା ପ୍ରଧାନ ସହ-ସାଂସ୍କୃତିକ ସମ୍ପାଦିକା ଏବଂ ଶ୍ରେଣୀ ପ୍ରମୁଖ ଭାବେ ଶିଖା ପ୍ରଧାନ, ସୋନାଲି ସାହୁ ଓ ଅକ୍ଷୟ ମଲ୍ଲିକ ମନୋନୀତ ହୋଇଛନ୍ତି।ଏହି ମନୋନୟନ ପରେ ନବମନୋନୀତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସେମାନଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା ସମ୍ବର୍ଦ୍ଧନା ଉତ୍ସବରେ ସାଂସଦଙ୍କ କ୍ଷେତ୍ର ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ଲେଙ୍କା, ଭାଜପା ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ସାହୁ, ଜିଲ୍ଲା ଉପସଭାପତି ଶ୍ରୀମତୀ ଝୁଲିମା ଦଳବେହେରା, ଜିଲ୍ଲା ଆଇଟି ସେଲ ସଦସ୍ୟ ତାପସ ଦଳବେହେରା ଏବଂ ରାଇକିଆ ମଣ୍ଡଳ ସଭାପତି ଶ୍ରୀ ସନ୍ତୋଷ ପାତ୍ର ଉପସ୍ଥିତ ଥିଲେ.ସେହିପରି ରାଇକିଆ ମଣ୍ଡଳ ଉପସଭାପତି ଦୀପକ ମହାରଣା, ସାଧାରଣ ସମ୍ପାଦକ ସନକ ଦିଗାଳ, ସମ୍ପାଦକ ଜିତେନ୍ଦ୍ର କୁମାର ମଲ୍ଲିକ ଓ ରଜତ କୁମାର ଘଡ଼ାଇ, କୋଷାଧ୍ୟକ୍ଷ ଅରୁଣ କୁମାର ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ଧରଣୀଧର କହଁର, କୃଷକ ମୋର୍ଚ୍ଚା ସଭାପତି ବ୍ୟାସଦେବ ମଲ୍ଲିକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ ପାତ୍ର ଏବଂ ମଣ୍ଡଳ ଶକ୍ତିକେନ୍ଦ୍ର ପ୍ରମୁଖ ମିଟୁ ବିଶ୍ୱାଳ ଓ ବିପିନ ବିହାରୀ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ନବମନୋନୀତ ଛାତ୍ର ସଂସଦ ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଦାବିକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଏବଂ ମହାବିଦ୍ୟାଳୟର ଉନ୍ନତିରେ ସହଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବ ଦଳୀୟ କାର୍ଯ୍ୟକର୍ତ୍ତା ଓ ନବମନୋନୀତ ପ୍ରତିନିଧିଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ଉତ୍ସାହର ପରିବେଶ ସୃଷ୍ଟି କରିଥିଲା।

ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି