
ରାଇକିଆ: ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ସାମାଜିକ ସୁରକ୍ଷା ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ରାଇକିଆ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ଭାବେ ଚିହ୍ନଟ ହୋଇଥିବା ୪୦ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଭାବେ ଭତ୍ତା ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ରାଇକିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସବ୍ୟସାଚୀ ସାହୁ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା, ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଙ୍କ ପ୍ରତିନିଧି ଶ୍ରୀମତୀ ଗୀତାଞ୍ଜଳି ନାୟକ, ମାନ୍ୟବର ବିଧାୟକଙ୍କ ପ୍ରତିନିଧି ପ୍ରତାପ ଦିଗାଳ , ଦଡ଼ିଙ୍ଗିଆ ସରପଞ୍ଚ ଅଶୋକ କୁମାର ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି, କନ୍ଧମାଳ ଏସ୍ଟି ମୋର୍ଚ୍ଚା ସଭାପତି ଏବଂ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ଅତିଥିମାନେ ନୂତନ ଭାବେ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ୪୦ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ସମାଜର ବୟସ୍କ, ଅସହାୟ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କୁ ନିୟମିତ ଆର୍ଥିକ ସହାୟତା ଯୋଗାଇଦେବାରେ ଏହି ଯୋଜନାର ଗୁରୁତ୍ୱ ରହିଛି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଯେପରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।. ରାଇକିଆ ବ୍ଲକର ନୂତନ ହିତାଧିକାରୀ ଏହି ଯୋଜନାରେ ସାମିଲ କରାଯିବା ସହ ଦୀର୍ଘଦିନ ଧରି ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଅପେକ୍ଷା କରୁଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଏବେ ଆଶ୍ୱସ୍ତି ଆସିଛି।ପୂର୍ବରୁ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଉଥିବାରୁ ଅନେକ ଯୋଗ୍ୟ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଥିଲା।ଯୋଗ୍ୟ ନାଗରିକଙ୍କୁ ସାମାଜିକ ସୁରକ୍ଷା ଦେବା ସରକାରଙ୍କ ପ୍ରାଥମିକତା ବୋଲି ସାଂସଦ ପ୍ରତିନିଧି ଶ୍ରୀ ଲେଙ୍କା ମତବ୍ୟକ୍ତ ରଖିଥିଲେ. ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ସାହୁଙ୍କ ତତ୍ତ୍ୱାବଧାନରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଏବଂ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।
ରିପୋର୍ଟର ଦୁତୀ କୃଷ୍ଣ ପଣ୍ଡା






