ରାକ୍ଷୀବନ୍ଧନରେ ଛାତ୍ରଛାତ୍ରୀଙ୍କୁ କ୍ୟାରିୟର କାଉନସେଲିଂର ଗୁରୁମନ୍ତ୍ର

ସଫଳତା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ସହ ନିୟମିତ ଅଧ୍ୟୟନ ଉପରେ ଗୁରୁତ୍ୱ

ରାଇକିଆ: ରାକ୍ଷୀବନ୍ଧନ ଭଳି ଭାଇ-ଭଉଣୀଙ୍କ ସ୍ନେହ, ବିଶ୍ୱାସ ଓ ଦାୟିତ୍ୱର ପବିତ୍ର ପର୍ବ ଅବସରରେ କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟରେ ଏକ ଅଭିନବ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭମ ଦତ୍ତାତ୍ରେୟ ବାହିନୀପତି ଯୋଗଦେଇ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ କ୍ୟାରିୟର ଗଠନ ନେଇ ବିଭିନ୍ନ ଦିଗରେ ଗୁରୁମନ୍ତ୍ର ଦେଇଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ବାହିନୀପତି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜୀବନରେ ସଫଳତା ପାଇବା ପାଇଁ ପ୍ରଥମେ ନିଜର ଲକ୍ଷ୍ୟ ସ୍ଥିର କରିବା ଆବଶ୍ୟକ। କେବଳ ଡିଗ୍ରୀ ହାସଲ କରିବା ନୁହେଁ, ନିଜର ରୁଚି, ଦକ୍ଷତା ଓ ସାମର୍ଥ୍ୟକୁ ଚିହ୍ନଟ କରି ସେହି ଅନୁସାରେ କ୍ୟାରିୟର ବାଛିବା ଦରକାର। ଛାତ୍ରଜୀବନରେ ଯେତେ ଶୀଘ୍ର ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବ, ସଫଳତା ଦିଗରେ ଆଗେଇବା ସେତେ ସହଜ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।
ସେ ଛାତ୍ରଛାତ୍ରୀଙ୍କୁ ସମୟର ସଦୁପଯୋଗ, ନିୟମିତ ଅଧ୍ୟୟନ ଓ ଶୃଙ୍ଖଳିତ ଜୀବନଯାପନ ଉପରେ ଗୁରୁତ୍ୱ ଦେଇଥିଲେ। ଆଜିର ପ୍ରତିଯୋଗିତାମୂଳକ ଯୁଗରେ କେବଳ ପାଠ୍ୟପୁସ୍ତକ ଜ୍ଞାନ ଯଥେଷ୍ଟ ନୁହେଁ। ସାଧାରଣ ଜ୍ଞାନ, ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଜ୍ଞାନ, ଇଂରାଜୀ ଭାଷାର ଦକ୍ଷତା ଓ ସମସ୍ୟା ସମାଧାନ କ୍ଷମତା ବୃଦ୍ଧି କରିବା ମଧ୍ୟ ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।
ଉଚ୍ଚଶିକ୍ଷା ପରେ ସରକାରୀ ଚାକିରି, ବ୍ୟାଙ୍କିଂ, ଶିକ୍ଷା, ପ୍ରଶାସନିକ ସେବା, ପ୍ରତିଯୋଗିତାମୂଳକ ପରୀକ୍ଷା, ବୃତ୍ତିମୂଳକ ଶିକ୍ଷା ଓ ଉଦ୍ୟୋଗୀତା କ୍ଷେତ୍ରରେ ରହିଥିବା ବିଭିନ୍ନ ସୁଯୋଗ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ। ନିଜର ପସନ୍ଦର କ୍ଷେତ୍ରରେ ଦକ୍ଷତା ହାସଲ କରିବା ସହ ନିରନ୍ତର ଶିଖିବାର ମନୋଭାବ ରଖିଲେ ଭବିଷ୍ୟତରେ ଭଲ ସୁଯୋଗ ମିଳିପାରିବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ କ୍ୟାରିୟର ଚୟନ, ଉଚ୍ଚଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଶ୍ରୀ ବାହିନୀପତି ସେଗୁଡ଼ିକର ଉତ୍ତର ଦେବା ସହ ଛାତ୍ରଛାତ୍ରୀଙ୍କୁ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ର ରହିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ଡାଙ୍ଗୁଆ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ପାଇଁ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବା ଉପରେ ମତ ରଖିଥିଲେ ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଶ୍ୟାମ ସୁନ୍ଦର ଡ଼ାଙ୍ଗୁଆ, ଅଧ୍ୟାପକ ନିଳାଞ୍ଚଳ ସାହୁ , ଚନ୍ଦ୍ରକାନ୍ତ ମଂହାକୁଡ଼,ବିଭୂଷଣ ପ୍ରଧାନ , ଧର୍ମେନ୍ଦ୍ର ଦିଗାଳ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା, ଜ୍ଞାନପ୍ରଭା ଘିଆ ଏବଂ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୭୫.୬୦ କୋଟିର ପ୍ୟାକେଜ୍ ଘୋଷଣା

    ଭୁବନେଶ୍ୱର : ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କ ଅପେକ୍ଷାର ଅନ୍ତ ଘଟିଛି। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ…

    Continue reading
    ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

    ଭଦ୍ରକ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା । ଭଦ୍ରକ ପୁରୁଣା ବଜାର ଥାନା ନଙ୍ଗା ମହଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘର ଭିତରୁ ସ୍ବାମୀ ଓ ସ୍ତ୍ରୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ