
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ ଓ କାର ମଧ୍ୟରେ ମୁହମୁହିଁ ଧକ୍କା ହୋଇଛି । ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ୫ ଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ ଘଟିଥିଲା ଏ ମର୍ମନ୍ତୁଦ ଦୁର୍ଘଟଣା।
ଗ୍ୟାସ କଟରରେ କାଟି ଗାଡ଼ିରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। କାରରେ ଥିଲେ ମୋଟ ୭ ଜଣ ଯାତ୍ରୀ। ଚନ୍ଦକା ଅଂଚଳର ଭୋଳାରେ ଏହି ଦୁର୍ଘଟଣା ଘଟିଛି।


