‘ରାଜାରାଣୀ ସଙ୍ଗୀତ ଉତ୍ସବ’- ୨୦୨୬ ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁୁବନେଶ୍ୱର,୧୬/୨୦୨୬: ଶୁକ୍ରବାର ଭୁବନେଶ୍ୱରର ଐତିହାସିକ ‘ରାଜାରାଣୀ ମନ୍ଦିର’ ପ୍ରାଙ୍ଗଣରେ ଆୟୋଜିତ ‘ରାଜାରାଣୀ ସଙ୍ଗୀତ ଉତ୍ସବ’- ୨୦୨୬ର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜାରାଣୀ ମନ୍ଦିରର ନିର୍ମାଣଶୈଳୀକୁ ଲୋକଲୋଚନକୁ ଆଣିବା ତଥା ଏହାର ଐତିହ୍ୟକୁ ପର୍ଯ୍ୟଟକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସଙ୍ଗୀତ ଉତ୍ସବର ଆୟୋଜନକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଭାରତୀୟ କଳା ଓ ଭାଷାକୁ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ର ପରିଚୟକୁ ଏହା ଆହୁରି ସମୃଦ୍ଧ କରିବ । ଏହି ମଞ୍ଚରେ ଓଡ଼ିଶା ସମେତ ଦେଶର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ପରିବେଷଣ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ସଂକଳ୍ପକୁ ଦୃଢ଼ କରୁଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରତିଭାବାନ କଣ୍ଠଶିଳ୍ପୀ ଓ କଳାକାରମାନଙ୍କୁ ସମ୍ମାନିତ କରିଥିଲେ । ସେ ସମସ୍ତ କଳାକାରଙ୍କୁ ସେମାନଙ୍କର ଉଚ୍ଚକୋଟୀର ପରିବେଷଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ରାଜାରାଣୀ ସଙ୍ଗୀତ ମହୋତ୍ସବ କେବଳ ଏକ ସଙ୍ଗୀତ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମର ସମୃଦ୍ଧ ସଂସ୍କୃତି, କଳା ଏବଂ ଇତିହାସ ମଧ୍ୟରେ ଏକ ସୁନ୍ଦର ସେତୁ ସଦୃଶ ।

  • Related Posts

    ଇଲେକ୍ଟ୍ରିକ୍ ଯାନ ନୀତିର ଅବଧି ବଢ଼ିଲା ଆଉ ୩ ମାସ

    ଭୁବନେଶ୍ୱର: ପେଟ୍ରୋଲ୍ ଡିଜେଲ୍‌ରୁ ଇଲେକ୍ଟ୍ରିକ୍ ମୋବିଲିଟି ଆଡ଼କୁ ଓଡ଼ିଶାର ଗତି ଦିନକୁ ଦିନ ବଢିଚାଲିଛି । ତା’ରି ଭିତରେ “ଇଭି-ପଲିସି -୨୦୨୧” କୁ ଆଉ ୩ ମାସର ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧, ୨୦୨୬ ଯାଏଁ…

    Continue reading
    ନବଗଠିତ ମିଡିଆ ସେଲ ସଂଯୋଜକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

    ଭୁବନେଶ୍ବର: ନବଗଠିତ ମିଡିଆ ସେଲର ସଦସ୍ୟଙ୍କ ସହ ଆଲୋଚନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡିଆ ସେଲର ମୁଖ୍ୟ ସଂଯୋଜକ, ସଂଯୋଜକ ଓ ସଭ୍ୟମାନଙ୍କ ସହିତ ଦଳର ଗଣମାଧ୍ୟମ କୌଶଳ ସମ୍ପର୍କରେ ଆଲୋଚନା କରିଛନ୍ତି ସେ । ବୈଦ୍ୟୁତିକ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ