ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ କାର୍ଯ୍ୟକ୍ରମରେ ସନ୍ଦର୍ଭ ଉପସ୍ଥାପନ କଲେ ସଚିବ

ସ୍ୱାଧୀନତା ପୂର୍ବରୁ ଆଧୁନିକ ଡିଜିଟାଲ ବିଧାନସଭା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉତ୍ତରାଧିକାର
ଏବଂ ସାମ୍ପ୍ରତିକ ସଂସ୍କାରର ଏହି ଯାତ୍ରା ନିରନ୍ତର ଚାଲିଛି: ସଚିବ ଶ୍ରୀ ରାଉତ

ଭୁବନେଶ୍ୱର : ଓଡ଼ିଶା ନିଜର ଅଭିଜ୍ଞତାକୁ କେବେ ସମ୍ପୂର୍ଣ୍ଣ ବୋଲି ଦାବି କରେନାହିଁ, ବରଂ ବୃତ୍ତିଗତ ଆଦାନ-ପ୍ରଦାନର ଭାବନା ସହ ସମୃଦ୍ଧ ପରମ୍ପରା ଓ ନୂତନ ଉଦ୍ଭାବନଗୁଡ଼ିକରୁ ଶିଖିବା ପାଇଁ ସର୍ବଦା ପ୍ରସ୍ତୁତ ରହିଛି । ୧୯୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାରେ ୧୯୩୭ ମସିହା ପ୍ରଥମ ବିଧାନସଭା ୬୦ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇବେଳେ ଏହା ବୃଦ୍ଧି ପାଇଁ ବର୍ତ୍ତମାନ ୧୪୭ରେ ପହଞ୍ଚିଛି । ସ୍ୱାଧୀନତା ପୂର୍ବର ସମୟରୁ ଆରମ୍ଭ କରି ଆଧୁନିକ ଡିଜିଟାଲ ବିଧାନସଭା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉତ୍ତରାଧିକାର ଏବଂ ସାମ୍ପ୍ରତିକ ସଂସ୍କାରର ଏହି ଯାତ୍ରା ନିରନ୍ତର ଚାଲିଛି ବୋଲି ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ କହିଛନ୍ତି ।
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀରେ ‘ଓଡ଼ିଶା ବିଧାନସଭାର ଉତ୍ତମ କାର୍ଯ୍ୟଶୈଳୀ’ ଉପରେ ନିଜର ସନ୍ଦର୍ଭ ଉପସ୍ଥାପନ କରି ଶ୍ରୀ ରାଉତ କହିଛନ୍ତି ଯେ ସପ୍ତଦଶ ବିଧାନସଭାର ପ୍ରଥମ ଦୁଇ ବର୍ଷ ମଧ୍ୟରେ, ଗୃହରେ ୧୦୩ ଦିନ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ପ୍ରାୟ ୪୭୦ ଘଣ୍ଟା ଧରି ବିଧାନସଭା କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏହା ଭାରତର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ବିଭିନ୍ନ ସଂସ୍କାରମୂଳ କାର୍ଯ୍ୟ ଗ୍ରହଣ କରି ଓଡ଼ିଶା ବିଧାନସଭାରେ ଡିଜିଟାଲ୍‌ ରୂପାନ୍ତରଣ ହାସଲ କରାଯାଇଛି । ନବନିର୍ବାଚିତ ଏବଂ ପ୍ରଥମ ଥର ସଦସ୍ୟମାନଙ୍କ ପାଇଁ ଅଭିମୁଖୀକରଣ କାର୍ଯ୍ୟକ୍ରମ ସହ ଗଣତାନ୍ତ୍ରିକ ଅନୁଷ୍ଠାନ ବିଷୟରେ ଅବଗତ କରାଇବା ପାଇଁ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଧ୍ୟୟନ ପରିଦର୍ଶନ ଆୟୋଜନ କରାଯାଇଛି । ବିଧାନସଭାର ବିଭିନ୍ନ କମିଟିମାନଙ୍କର କାର୍ଯ୍ୟଧାରା ସମ୍ପର୍କରେ ବିଶଦ ଭାବରେ ତଥ୍ୟ ଉପସ୍ଥାପନ କରି ସଚିବ କହିଛନ୍ତି ଯେ ମୋଟ ୩୫ଟି କମିଟି ମଧ୍ୟରୁ ୧୦ଟି ବିଭାଗୀୟ କମିଟି ବିଭିନ୍ନ ବିଭାଗର ପ୍ରାଥମିକତା, ବ୍ୟୟ ଅଟକଳ, ଯୋଜନା ପ୍ରଣୟନ ଓ ସମ୍ବଳର ଉପଯୁକ୍ତ ବିନିଯୋଗ ଉପରେ ଆଲୋଚନା କରି ବଜେଟ ପାଇଁ ପ୍ରସ୍ତାବ ଦେଇଥାନ୍ତି ବୋଲି ସେ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ କେପ୍‌ଟାଉନ୍‌ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୬ଟି ଦେଶର ୧୮୦ ଜଣ ସଚିବ ଯୋଗଦେଇଥିବାବେଳେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ରାଉତଙ୍କୁ ସନ୍ଦର୍ଭ ଉପସ୍ଥାପନ କରିବା ପାଇଁ ମନୋନୀତ କରାଯାଇଥିଲା । କାନାଡା, ବାଂଲାଦେଶ ଓ ଅଷ୍ଟ୍ରେଲିଆ ପ୍ରମୁଖ ଦେଶର ସଚିବମାନେ ଏହି ସନ୍ଦର୍ଭର ଭୂୟସୀ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେଦିଲ୍ଲୀ ବିଧାନସଭାର ନିର୍ଦ୍ଦେଶକ ଡ. ୟୁନିଅନ୍‌ କୁମାରଙ୍କ ସମେତ ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ବିଧାନସଭାର ସଚିବମାନଙ୍କ ସମେତ ୨୧ଟି ବିଧାନସଭାର ସଚିବ ଯୋଗଦେଇଥିଲେ ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ