ରାଜ୍ୟର ଚିଠା ଆଇ.ଟି. ନୀତି ଉପରେ ମତାମତ ଲୋଡ଼ିଲେ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଆଗାମୀ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇ.ଟି.) ନୀତି ଚିଠା ଉପରେ ଶିଳ୍ପ ପ୍ରତିନିଧିମାନଙ୍କ ମତାମତ ଜାଣିବା ପାଇଁ ଶୁକ୍ରବାର ଦିନ ଏକ ଘରୋଇ ହୋଟେଲରେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ‘ନାସ୍‍କମ୍‍’ ପ୍ରତିନିଧିମାନଙ୍କ ସହ ଏକ ମିଳିତ ଆଲୋଚନାର ଆୟୋଜନ କରାଯାଇଥିଲା ।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ପଣ୍ଡା, ଓଡ଼ିଶା ଅଭିକଳକ ପ୍ରୟୋଗ କେନ୍ଦ୍ର (ଓକାକ) ସି.ଇ.ଓ. ଡଃ ପ୍ରଦୀପ ରାଉତ, ‘ନାସ୍‍କମ୍‍’ ତଥା ଓଡ଼ିଶା ଆଇ.ଟି. ଶିଳ୍ପର ପ୍ରତିନିଧିମଣ୍ଡଳୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଓଡ଼ିଶାରେ ଆଇ.ଟି. ଶିଳ୍ପର ଦ୍ରୁତ ଅଭିବୃଦ୍ଧି ଓ ଏହାକୁ ଆଗେଇନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, “ସରକାର ଏ କ୍ଷେତ୍ରରେ ଗବେଷଣା ଓ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଅଧିକ ପରିବ୍ୟାପ୍ତ କରିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ସମର୍ପିତ ଉତ୍କର୍ଷ କେନ୍ଦ୍ରମାନ ସ୍ଥାପନ କରିବାକୁ ଚାହାନ୍ତି । ସରକାର ଶିଳ୍ପ ପ୍ରତିନିଧି ତଥା ସମ୍ପୃକ୍ତ ଶିକ୍ଷାବିତ୍‍ମାନଙ୍କ ପାଇଁ ମଧ୍ୟ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି ।”
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ ଆଗାମୀ ଆଇ.ଟି. ନୀତିର ଚିଠା ସଂପର୍କରେ ସୂଚନା ଦେଇ କହିଥିଲେ ଯେ, “ ସରକାର ରାଜ୍ୟର ଆଇ.ଟି. ଶିଳ୍ପର ବର୍ତ୍ତମାନର ସ୍ଥିତି-ପରିସ୍ଥିତି ଓ ଭବିଷ୍ୟତକୁ ଆହୁରି ସମ୍ମୁଜ୍ୱଳ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଇ.ଟି. ଚିଠା ନୀତି ପ୍ରତିଯୋଗିତାମୂଳକ ପରିବେଶକୁ ପ୍ରୋତ୍ସାହିତ କରିବାର ଆଭିମୁଖ୍ୟ ରଖିଛି । ଯାହା ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ମଜବୁତ୍‍ କରିବ ।” ମୂଳଢାଞ୍ଚା ପ୍ରସ୍ତୁତିଠାରୁ ଆରମ୍ଭ କରି କୌଶଳ ବିକାଶ, ଗବେଷଣା ଆଦି ଅନେକ ବିଷୟ ସଂଶିତ ଚିଠା ନୀତିରେ ସନ୍ନିବିଷ୍ଟ ହୋଇଛି ବୋଲି ସେ କହିଥିଲେ ।
ଜନସାଧାରଣଙ୍କ ଅବଗତି ନିମନ୍ତେ ତଥା ସେମାନଙ୍କ ମତାମତ ପାଇଁ ଚିଠା ନୀତିକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଓ୍ୱେବସାଇଟ (https://it.odisha.gov.in/) ଏବଂ ଓକାକ ଓ୍ୱେବସାଇଟ (https://www.ocac.in/) ରେ ଛଡ଼ାଯାଇଛି । ଏ-ସଂପର୍କିତ ସମସ୍ତ ମତାମତ ifitp.eit@odisha.gov.in କୁ ପଠାଯାଇପାରିବ ।
ରାଜ୍ୟରେ ଆଇ.ଟି. ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଚିଠା ନୀତିରେ ସ୍ଥାନିତ ମୁଖ୍ୟ ବିଭାଗ ସମୂହ ଏବଂ ପ୍ରସ୍ତାବିତ ପ୍ରୋତ୍ସାହନ ଆଦିକୁ ନେଇ ଆଲୋଚନାବେଳେ ଏକ ତଥ୍ୟଭିତ୍ତିକ ବିବରଣୀ ଉପସ୍ଥାପନ କରାଯାଇଥିଲା । ଆଲୋଚନା ଶେଷରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ ଶିଳ୍ପ-ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।
ଏହି ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ପଣ୍ଡା, ଓଡିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ରର ସିଇଓ ଡା ପ୍ରଦୀପ କୁମାର ରାଉତ ଏବଂ ନାସ୍‍କମ୍‍ ଓ ଅନ୍ୟ ଶିଳ୍ପାନୁଷ୍ଠାର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ