ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ୭ ବିଜେଡି ସାଂସଦ

ଭୁବନେଶ୍ୱର : ପୂର୍ବତଟ ରେଳବାଇରୁ ୱାଲଟିୟରକୁ କାଢ଼ି ନେବା ନିଷ୍ପତ୍ତି ବିରୋଧରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦୃଢ଼ ପ୍ରତିବାଦ କରିଛି ବିଜେଡି। ଏହି ପ୍ରସଙ୍ଗରେ ବିଜେଡିର ସମସ୍ତ ରାଜ୍ୟସଭା ସାଂସଦ ରେଳମନ୍ତ୍ରୀଙ୍କୁ ଭେଟି ନିଷ୍ପତ୍ତିର ପୁନର୍ବିଚାର କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି। ୱାଲଟିୟର ଡିଭିଜନରୁ ପୂର୍ବତଟ ରେଳପଥ ବାର୍ଷିକ ୧୦ ହଜାର କୋଟିରୁ ଅଧିକ ରାଜସ୍ୱ ପାଉଛି। କେନ୍ଦ୍ର ସରକାର ଯଦି ୱାଲଟିୟର ଡିଭିଜନକୁ ଅଲଗା କରନ୍ତି, ତାହେଲେ କ୍ରମାଗତ ଭାବେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ପୂର୍ବତଟ ରେଳପଥ ବିପୁଳ ଆର୍ଥିର୍କ କ୍ଷତିର ସମ୍ମୁଖୀନ ହେବ ଓ ପରିଣତି ସ୍ୱରୂପ ଓଡ଼ିଶା କ୍ଷତିଗ୍ରସ୍ତ ହେବ।

ପୂର୍ବତଟ ରେଳପଥର ପରିସୀମା ହ୍ରାସ ପାଇବା ସହିତ ରାଜସ୍ୱ ବି କମିଯିବ। ଓଡିଶାର ବିକାଶରେ ବଡ଼ ଅଂଶଦାନ ଥିବା ୱାଲଟିୟର୍‌ ଡିଭିଜନ୍‌କୁ ଭାଗ କରିବା ପୂର୍ବତଟ ରେଳପଥ ପାଇଁ ମହଙ୍ଗା ପଡ଼ିବ। ତେଣୁ ପୂର୍ବତଟ ରେଳପଥକୁ ଭାଗଭାଗ କରିବା ପରିବର୍ତ୍ତେ ତାକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବାକୁ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ମୁଜିବୁଲ୍ଲା ଖାନ୍‌, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଡିଆ ଓ ନିରଞ୍ଜନ ବିଶି ପ୍ରମୁଖ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ