ରୋହିତ ଜୈନ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ନିଯୁକ୍ତ

ମୁମ୍ବାଇ: ରୋହିତ ଜୈନ ରିଜର୍ଭ ବ୍ୟାଙ୍କର ନୂଆ ଡେପୁଟି ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ଟି ରବିଶଙ୍କରଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଶ୍ରୀ ଜୈନଙ୍କ କାର୍ୟ୍ୟକାଳ ମେ ୩ ତାରିଖରୁ ଆରମ୍ଭ ହେବ । ସଂପ୍ରତି ସେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ଅଛନ୍ତି। ରବି ଶଙ୍କର ପ୍ରଥମେ ୨୦୨୧ ସେପ୍ଟେମ୍ବରରେ ଡେପୁଟି ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ। ୨୦୨୪ ଏବଂ ୨୦୨୫ରେ ଦୁଇଟି ପର୍ଯ୍ୟାୟରେ ୧ ବର୍ଷ ଲେଖାଏଁ ତାଙ୍କ କାର୍ଯ୍ୟକାଳ ବଢ଼ିଥିଲା। ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କରେ ଦୁଇଜଣ ରିଜର୍ଭ ବ୍ୟାଙ୍କର ଅଧିକାରୀମାନଙ୍କ ମଧ୍ୟରୁ ନିଯୁକ୍ତ ହେବାକୁ ଥିବାବେଳେ ଜଣେ ବାଣିଜ୍ୟିକ ବ୍ୟାଙ୍କରୁ ଏବଂ ଜଣେ ଅର୍ଥନୀତିଜ୍ଞ ମୋଟ ୪ ଜଣ ଡେପୁଟି ଗଭର୍ଣ୍ଣର ନିଯୁକ୍ତ ବ୍ୟବସ୍ଥା ରହିଛି । ଶ୍ରୀ ଜୈନଙ୍କ ବ୍ୟତୀତ ଅନ୍ୟ ୩ ଜଣ ଡେପୁଟି ଗଭର୍ଣ୍ଣର ହେଉଛନ୍ତି ସ୍ୱାମୀନାଥନ ଜେ, ପୁନମ ଗୁପ୍ତା ଏବଂ ଶିରୀଷ ଚନ୍ଦ୍ର ମୁର୍ମୁ ।

  • Related Posts

    ଅମୃତ ୨.୦: ଦେଶର ଶୀର୍ଷ ରାଜ୍ୟ ମଧ୍ୟରେ ଓଡ଼ିଶା

    ଭୁବନେଶ୍ୱର: ଅଟଳ ନବୀକରଣ ଏବଂ ସହର ରୂପାନ୍ତରଣ ମିସନ (ଅମୃତ) ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଏବଂ ସୁଶାସନ ମାଧ୍ୟମରେ ସହରାଞ୍ଚଳ ଜଳ ନିରାପତ୍ତା ଏବଂ ଭିତ୍ତିଭୂମି…

    Continue reading
    ଖୁବ୍ ଶୀଘ୍ର ଆସିବ ଜମିଜମା ରେକର୍ଡିଂର ସଂଶୋଧିତ ଏସଓପି

    ଭୁବନେଶ୍ୱର,ମଇ ୨: ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସରକାରୀ ଏବଂ ବେସରକାରୀ ଜମିର ରେକର୍ଡିଂ ସମ୍ବନ୍ଧୀୟ ବର୍ତ୍ତମାନ ପ୍ରଚଳିତ ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ ପ୍ରୋସିଜିଅର୍ (ଏସଓପି) ପୁସ୍ତିକାମାନଙ୍କର ପୁନର୍ବିଚାର ଓ ସଂଶୋଧନ କରିବା ପାଇଁ ଏକ ଉଚ୍ଚସ୍ତରୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା