ଲୋକଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର୍

କ୍ରୀଡ଼ା କେନ୍ଦ୍ର ବାହାରେ ଶତାଧିକ ଲୋକ ଛିଡ଼ା ହୋଇଥିଲେ। ଅନେକ ଲୋକ ରାସ୍ତାରେ ଚାଲି ଚାଲି ମଧ୍ୟ ଯାଉଥିଲେ। ଏହି ସମୟରେ ହଠାତ ଗୋଟିଏ ଦ୍ରୁତଗାମୀ କାର ଆସିବା ସହ ଲୋକଙ୍କ ଉପରେ ମାଡ଼ି ଯାଇଛି। ଏଥିଯୋଗୁ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୪୩ ଜଣ ଆହତ ହୋଇଛନ୍ତି।

 

ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଚାଇନାର ଝୁହୈ ସହରରେ ଏପରି ଘଟଣା ଘଟିଛି। ଏଠାରେ ଥିବା କ୍ରୀଡ଼ା କେନ୍ଦ୍ର ବାହାରେ କାର ଧକ୍କା ଯୋଗୁ ଲୋକମାନେ କେମିତି ରାସ୍ତାରେ ପଡ଼ି ରହିଛନ୍ତି, ତା’ର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଘଟଣା ପରେ ଦୁର୍ଘଟଣା ଘଟାଇଥିବା କାରକୁ ଚଳାଉଥିବା ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ୍‌ ତୁରନ୍ତ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ‍ଫାନ। ସେ ଜାଣିଶୁଣି ଗୋଟିଏ ଛୋଟ କାରକୁ ଦ୍ରୁତଗତିରେ ଚଳାଇବା ସହ କ୍ରୀଡ଼ା କେନ୍ଦ୍ର ବାହାରେ ଛଡ଼ା ହୋଇଥିବା ଲୋକଙ୍କ ଉପରେ ମଡ଼ାଇ ଦେଇଥିବା କୁହାଯାଉଛି।

ଘଟଣାଟି ସନ୍ଧ୍ୟା ୭.୪୮ ସମୟରେ ଘଟିଥିଲା। ଫାନ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଫାନ ଜାଣିଶୁଣି ଏପରି ଘଟଣା ଘଟାଇଥିବା କୁହାଯାଉଥିଲେ ହେଁ ଅଧିକାରୀମାନେ ଏଯାଏ ଘଟଣା ପଛର କାରଣ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ଝୁହୈରେ ଦିନକ ପରେ ବଡ଼ଧରଣର ଏୟାରଶୋ’ ଖୋଲିବାର କାର୍ଯ୍ୟକ୍ରମ ଥିଲା। ଏହାପୂର୍ବରୁ କ୍ରୀଡ଼ା କେନ୍ଦ୍ର ବାହାରେ ଏପରି ଘଟଣା ଘଟିଛି।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ