ଲୋକେ ପରିବର୍ତ୍ତନ ଚାହୁଁଥିଲେ: ମନମୋହନ

ଭୁବନେଶ୍ୱର: ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ବଡ଼ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ତେବେ ନୂଆପଡ଼ାରେ ଲୋକେ ପରିବର୍ତ୍ତନ ଚାହୁଁଥିଲେ । ଯାହାର ପ୍ରତିଫଳନ ଭୋଟ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ସେ କହିଛନ୍ତି ନୂଆପଡ଼ା ଏକ ସମସ୍ୟାବହୁଳ ନିର୍ବାଚନମଣ୍ଡଳୀ । ଏଠାରେ ଶିଳ୍ପ, କାରଖାନା ନାହିଁ । ଜଳସେଚନର ବ୍ୟବସ୍ଥା ହୋଇନାହିଁ । ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି । ସେହିପରି କଂଗ୍ରେସର ଆରୋପ ନେଇ ମଧ୍ୟ ଶ୍ରୀ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆମେ ବହୁବାର ହାରିଛୁ, ମାତ୍ର ଏଭଳି ଅଭିଯୋଗ କରିନାହୁଁ । ଅନ୍ୟକୁ ଦୋଷ ନଦେଇ ବିରୋଧୀ ଆତ୍ମସମୀକ୍ଷା କରନ୍ତୁ ।

ପ୍ରକାଶ ଯେ ନୂଆପଡ଼ା ଉପନିର୍ବାଚନରେ ଦଳର ପ୍ରଦର୍ଶନକୁ ନେଇ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କ୍ଷୋଭ ପ୍ରକାଶ କରିବା ସହ କହିଥିଲେ ଯେ ଭୋଟର ଟଙ୍କାରେ କିଣି ହୋଇଗଲେ । ମାଟିର ପୁଅକୁ ଚିହ୍ନିଲେନି । କେନ୍ଦ୍ରୀୟ ନେତାଙ୍କ ସହାଯ୍ୟ, ସହଯୋଗ ମିଳିଲାନି । ଏହାଛଡ଼ା ସେ କହିଥିଲେ ଯେ ଆବ୍ରାହମ ଲିଙ୍କନ ୯ଥର ହାରିଥିଲେ, ମୁଁ ୬ ଥର ହାରିଛି । ଆଉ ୩ଥର ନିର୍ବାଚନ ଲଢ଼ିବି ।

  • Related Posts

    କଂଗ୍ରେସ ତୁଷ୍ଟୀକରଣ ରାଜନୀତିରେ ମାତିଛି :ଶାହ

    ଦେଶର ଜାତୀୟ ଗୀତ ବନ୍ଦେ ମାତରମ ଗାନକୁ ନେଇ ବିବାଦ। ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମର ୬ଟି ଷ୍ଟାଞ୍ଜା ଗାନ କରିବାକୁ ସରକାର କରିଥିବା ନିୟମକୁ ମାନିବାକୁ ମନା କରି ଦେଇଛି କଂଗ୍ରେସ। ୬ ଷ୍ଟାଞ୍ଜା ବଦଳରେ କଂଗ୍ରେସ ୧୯୩୭ରେ ଅନୁମୋଦନ…

    Continue reading
    ବିଜୟଙ୍କୁ ଭେଟିଲେ ଅମିତ ଶାହା

    ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଯୋଗଦେବା ପାଇଁ ଚେନ୍ନାଇରେ ପହଞ୍ଚିଥିବା ଗୃହମନ୍ତ୍ରୀ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ସ୍ୱାଗତ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ