
ଭୁବନେଶ୍ୱର: ନୂଆପଡ଼ାରେ ବାପା ରାଜେନ୍ଦ୍ର ଢେ଼ାଲକିଆଙ୍କୁ ଟପିଲେ ପୁଅ ଜୟ ଢେ଼ାଲକିଆ । ୨୦୨୪ ନିର୍ବାଚନରେ ବାପା ପାଇଥିବା ଭୋଟକୁ ଟପିଲେ ପୁଅ ଜୟ । ୨୦୨୪ ନିର୍ବାଚନରେ ବାପା ରାଜେନ୍ଦ୍ର ଢେ଼ାଲକିଆ ପାଇଥିଲେ ୬୧ ହଜାର ୮୨ଟି ଭୋଟ । ତେବେ ଚଳିତ ଉପନିର୍ବାଚନରେ ପୁଅ ଜୟ ଢେ଼ାଲକିଆ ବର୍ତ୍ତମାନର ୧୩ ରାଉଣ୍ଡ ସୁଦ୍ଧା ୬୩ ହଜାରରୁ ଅଧିକ ଭୋଟ ପାଇସାରିଛନ୍ତି ।
ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ବଡ଼ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ରାଉଣ୍ଡ-୧୩ ସୁଦ୍ଧା ବିଜେପି ୪୩ ହଜାର ୨୯୪ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୩ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୬୩୫୨୨ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୦୨୨୮ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୨୦୧୦୩ଟି ଭୋଟ ମିଳିଛି ।




