
ଦେବଗଡ଼: ଦେବଗଡ଼ର ମେରା ଯୁବା ଭାରତ ଓ ସୁଧାର ସଂଘ ପକ୍ଷରୁ ଶନିବାର ତିଲେଇବଣି ବ୍ଲକର ଶବରପାଲି ଗ୍ରାମରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ମେରା ଯୁବା ଭାରତର ପ୍ରଦୀପ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି, ସରପଞ୍ଚ ଉଦିତ ନାୟକ, ସୁଦାମ ଚରଣ ପ୍ରଧାନ ଓ ଦିଲୀପ କେରକେଟା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସଭ୍ୟ ପବନ କୁଜୁର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ହକି ପ୍ରତିଯୋଗତା ଅନୁଷ୍ଠିତ ହୋଇଥିଲା। ଏଥିରେ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ସୁନ୍ଦରଗଡ଼ ଦଳ ସହିତ ଜିଏମ୍ କ୍ଲବ ପ୍ରଭାଶୁଣି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଦଳ ଚାମ୍ପିଅନ ହୋଇଥିଲା। ପ୍ରତିଯୋଗିତାକୁ ଅୟୁତାର କୁଜୁର ଓ ଆଶ୍ଵିନୀ କେରକେଟା ପରିଚାଳନା କରିଥିଲେ। ଉଦ୍ଯାପନୀ ଉତ୍ସବରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ପ୍ରତିଯୋଗିତା ପରିଚାଳନାରେ ମେରା ଯୁବା ଭାରତର ସ୍ଵେଚ୍ଛାସେବୀ ନରେଶ ସାମଲ ଓ ରୋହିତେଶ୍ବର ଭୋଇଙ୍କ ସମତେ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।




