ମୃତ୍ୟୁ ପରେ ନିଜ ମରଶରୀର ଦାନ କରିବେ ସତ୍ୟନାରାୟଣ

ଦେବଗଡ଼:ମୃତ୍ୟୁ ପରେ ନିଜ ମରଶରୀର ବୁର୍ଲା ଭିମସା ମେଡିକାଲକୁ ଛାତ୍ରଛାତ୍ରୀଙ୍କ ଅନାଟମିରେ ପାଠ ପଢିବା ପାଇଁ ପୌରାଚଂଳର ବଣିଆ ସାହି ନିବାସୀ ତଥା ଗଣେଶ ଜେଣ୍ଟସ ପାର୍ଲରର ମାଲିକ ସତ୍ୟନାରାୟଣ ବେହେରା ନିଜ ଶରୀରକୁ ଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି।ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ବହୁ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ତେବେ ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷ ବେଳେ ଅନାଟମିରେ ମଣିଷ ଶରୀର ବ୍ୟବଛେଦ କରି ପାଠ ପଢିଥାନ୍ତି।କିନ୍ତୁ ମୃତ୍ୟୁ ମଣିଷ ଶରୀର ଏହି ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ ଆଜିକାଲି ପ୍ରାୟ ମିଳିପାରୁନାହିଁ।ଏହାକୁ ଦୃଷ୍ଟିରେ ରଖି ଶ୍ରୀ ବେହେରା ନିଜ ମୃତ୍ୟୁ ପରେ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ନିଜ ଶରୀର ବିନିଯୋଗ ହେଉ ବୋଲି ଚିନ୍ତା କରି ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଉତ୍ସର୍ଗ”ସହଯୋଗରେ ଘୋଷଣା କରିଛନ୍ତି।ଶ୍ରୀ ବେହେରାଙ୍କ ଏଭଳି ମାନବିକତା ଓ ମୃତ୍ୟୁ ପରେ ମଧ୍ୟ ଜନସେବା ମନୋବୃତ୍ତିକୁ ଦେବଗଡ଼ ସହରବାସୀ ପ୍ରଶଂସା କରୁଛନ୍ତି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ