rain in odisha ଲଘୁଚାପ ପ୍ରଭାବ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଓ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର  ଓଡ଼ ିଶା ଉପକୂଳରେ ଲଘୁଚାପ  ସୃଷ୍ଟି ହୋଇଛି । ଏହା ପ୍ରଭାବରେ  ରବିବାର ଉତ୍ତର ଓଡ଼ିଶାରେ ଭୀଷଣ ବର୍ଷିବ । ବାଲେଶ୍ୱର, କେନ୍ଦୁଝର ଓ  ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ । ଏହି ୩ ଜିଲ୍ଲାକୁ  ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି । କିଛି ସ୍ଥାନରେ  ଅତି ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଭଦ୍ରକ, ଯାଜପୁର, କଟକ,  ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼,  ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ ।  କେନ୍ଦ୍ରାପଡ଼ା, ଜଗତସିଂହପୁର,   ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର,  ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର,  ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ରବିବାର ପ୍ରବଳ ବର୍ଷା ଆଶଙ୍କା ଅଛି ।  ୩୧ ତାରିଖରେ ପଶ୍ଚିମ ଓଡ଼ିଶାର କିଛି  ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଅଛି । ୧ ତାରିଖତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୨ ଓ ୩ ତାରିଖରେ ମଧ୍ୟ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଗତ ୨୪ ଘଣ୍ଟାରେ ବାଲେଶ୍ଵରରେ ୪୦.୨ମିମି, ବାରିପଦାରେ ୪୮, ଭଦ୍ରକରେ ୪୪ମିମି ବର୍ଷା ହୋଇଛି। ଶନିବାର ସକାଳରୁ ସନ୍ଧ୍ୟା ଭିତରେ ବାରିପଦାରେ ୪୪ମିମି, ଭଦ୍ରକରେ ୩୭ମିମି ଓ ବରଗଡ଼ରେ ୨୭ମିମି ବର୍ଷା ହୋଇଛି।​​​​​​​

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ