ଶିବୁ ସୋରେନଙ୍କୁ ଭାରତ ରତ୍ନ ପାଇଁ ସୁପାରିସ

ରାଞ୍ଚି: ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ପ୍ରତିଷ୍ଠାତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ଭାରତ ରତ୍ନ’ ପ୍ରଦାନ କରିବାକୁ ସୁପାରିସ କରାଯାଇଛି। ଏହି ମର୍ମରେ ଏକ ପ୍ରସ୍ତାବ ମଧ୍ୟ ଝାଡ଼ଖଣ୍ଡ ବିଧାନସଭାରେ ଗୃହୀତ ହୋଇଥିବା ଜଣାପଡିଛି। ଗୁରୁବାର ପରିବହନ ମନ୍ତ୍ରୀ ଦୀପକ ବିରୁଆ ଗୃହରେ ଏହି ପ୍ରସ୍ତାବ ଆଗତ କରିଥିଲେ। ଏହି ପ୍ରସ୍ତାବ ବାଚନିକ ଭୋଟରେ ଗୃହୀତ ହୋଇଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ତେବେ ଝାଡ଼ଖଣ୍ଡ ଆନ୍ଦୋଳନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ଅନ୍ୟ ଦୁଇ ନେତା ମାରାଙ୍ଗ ଗୋମ୍‌କେ ଜୟପାଲ ସିଂହ ମୁଣ୍ଡା ଓ ବିନୋଦ ବିହାରୀ ମାହାତୋଙ୍କୁ ମଧ୍ୟ ଭାରତ ରତ୍ନ ପାଇଁ ସୁପାରିସ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଶିବୁ ୧୯୭୩ରେ ଜେଏମଏମ ପ୍ରତିଷ୍ଠା କରିଥିଲେ। ୧୯୮୦ରୁ ୨୦୧୯ ପର୍ୟ୍ୟନ୍ତ ସେ ଡୁମ୍‌କା ଆସନରୁ ତିନିଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୦ରୁ ମୃତ୍ୟୁ ପର୍ୟ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ରହିଥିଲେ। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଶିବୁ କୋଇଲା ମନ୍ତ୍ରୀ ଭାବେ ମଧ୍ୟ କାର୍ୟ୍ୟ କରିସାରିଛନ୍ତି। ୨୦୦୫ରୁ ୨୦୧୦ ପର୍ୟ୍ୟନ୍ତ ସେ ତିନି ଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୨୦୨୫ ଅଗଷ୍ଟ ୪ରେ ତାଙ୍କର ପରଲୋକ ଘଟିଛି।

  • Related Posts

    ଶସ୍ତା ହେଲା ଏଲ୍‌ପିଜି କମର୍ସିଆଲ ସିଲିଣ୍ଡର

    ନୂଆଦିଲ୍ଲୀ : ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ଏଲପିଜି ଗ୍ୟାସ ସିଲିଣ୍ଡରକୁ ନେଇ ଏକ ବଡ଼ ଖୁସି ଖବର ଆସିଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ପୁଣି ଥରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ…

    Continue reading
    SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି

    ନୂଆଦିଲ୍ଲୀ: SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି । ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ। ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ। କିନ୍ତୁ ଆତଙ୍କବାଦ ଏସବୁ ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଲଘୁଚାପ : ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ

    ଲଘୁଚାପ : ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ

    ଶସ୍ତା ହେଲା ଏଲ୍‌ପିଜି କମର୍ସିଆଲ ସିଲିଣ୍ଡର

    ଶସ୍ତା ହେଲା ଏଲ୍‌ପିଜି କମର୍ସିଆଲ ସିଲିଣ୍ଡର

    SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି

    SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି

    ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣାରେ କୌଣସି ନୂତନତା ନାହିଁ : ବିଜେଡି

    ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣାରେ  କୌଣସି ନୂତନତା ନାହିଁ : ବିଜେଡି

    ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୭ ମୃତ

    ବାଣ ଫ୍ୟାକ୍ଟ୍ରିରେ  ବିସ୍ଫୋରଣ: ୭ ମୃତ

    ଆଜି ପୁଟିନ- ମୋଦି ଭେଟାଭେଟି

    ଆଜି  ପୁଟିନ- ମୋଦି ଭେଟାଭେଟି