ଦେଶର ଅଭିବୃଦ୍ଧି ୭.୮% ହାରରେ ଆଗକୁ ଦୌଡ଼ୁଛି

ନୂଆଦିଲ୍ଲୀ: ଆମେରିକାର ଟାରିଫ ଝଟକା ମଧ୍ୟରେ ଦେଶର ଅର୍ଥନୀତି ପାଇଁ ଗୋଟିଏ ଭଲ ଖବର ଆସିଛି। ଆଶା ଠାରୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଅଧିକ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରେ ଦେଶର ଜିଡିପି ୭.୮% ହାରରେ ଆଗକୁ ବଢ଼ିଛି। ଏହାର ଅର୍ଥ ଦେଶର ଅଭିବୃଦ୍ଧି ୭.୮% ହାରରେ ଆଗକୁ ଦୌଡ଼ୁଛି।
ବାସ୍ତବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ୬.୫% ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ଠାରୁ ଅଧିକ ବେଗରେ ଅଭିବୃଦ୍ଧି ସମସ୍ତଙ୍କୁ ଉତ୍ସାହିତ କରିଛି। ଏହି ସଂଖ୍ୟା ଗତବର୍ଷର ପ୍ରଥମ କ୍ୱାର୍ଟର ଅଭିବୃଦ୍ଧି ତୁଳନାରେ ୧.୩% ଅଧିକ।ଶେଷ ଆର୍ଥିକ ବର୍ଷର ଏପ୍ରିଲ-ଜୁନ କ୍ୱାର୍ଟରରେ ଭାରତ ଜିଡିପି ଅଭିବୃଦ୍ଧି ୬.୫% ହାରରରେ ହୋଇଥିଲା। ୨୦୨୫-୨୦୨୬ ଆର୍ଥିକ ବର୍ଷର ଏପ୍ରିଲ-ଜୁନ କ୍ୱାର୍ଟରରେ ଅଭିବୃଦ୍ଧି ଗତ କ୍ୱାର୍ଟର ତୁଳନାରେ ସବୁଠାରୁ ଦ୍ରୁତ ଓ ଅଧିକ। ଶେଷଥର ପାଇଁ ୨୦୨୪ର ଜାନୁଆରୀରୁ ମାର୍ଚ୍ଚ କ୍ୱାର୍ଟରରେ ଦେଶର ଜିଡିପି ଅଭିବୃଦ୍ଧି ସର୍ବାଧିକ ୮.୪% ରେକର୍ଡ କରାଯାଇଥିଲା। ଏହାପରେ ଅର୍ଥନୀତିକ ଅଭିବୃଦ୍ଧି ହ୍ରାସ ପାଇଥିଲା। ଏବେ ଆଶା ଠାରୁ ଅଧିକ ରହିଛି ଜିଡିପି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏପ୍ରିଲରୁ ଜୁନ କ୍ୱାର୍ଟରରେ ଚାଇନାର ଅଭିବୃଦ୍ଧି ୫.୨% ରହିଥିବା ବେଳେ ଭାରତ ୭.୮% ବେଗରେ ଆଗକୁ ଯାଉଛି। ଏହାର ଅର୍ଥ ଭାରତ ଦ୍ରୁତଗତିରେ ଆଗକୁ ଯାଉଥିବା ଗୋଟିଏ ଅର୍ଥନୀତିକ ରାଷ୍ଟ୍ରରେ ପରିଣତ ହୋଇଛି।ଏପରି ଅଭିବୃଦ୍ଧି ସେବା ଓ କୃଷି କ୍ଷେତ୍ରରେ ମିଳିଥିବା ସଫଳତା ପାଇଁ ସମ୍ଭବ ହୋଇଛି। ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୯.୩% ରହିଥିବା ବେଳେ କୃଷି କ୍ଷେତ୍ରରେ ଏହା ୩.୭% ରହିଛି। ଗତବର୍ଷ ଏପ୍ରିଲରୁ ଜୁନ କ୍ୱାର୍ଟରରେ ସେବା କ୍ଷେତ୍ରର ଅଭିବୃଦ୍ଧି ୬.୮% ଓ କୃଷି କ୍ଷେତ୍ରର ଅଭିବୃଦ୍ଧି ୧.୫% ହୋଇଥିଲା। ସେହିପରି ଗତବର୍ଷ ନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ହ୍ରାସ ପାଇଛି। ଗତବର୍ଷ ଏହା ୧୦.୧% ରହିଥିବା ବେଳେ ଚଳିତ କ୍ୱାର୍ଟରରେ ୭.୬%କୁ ଖସି ଆସିଛି।ଆରବିଆଇ ଆକଳନ କରିଥିଲା ଯେ ଦେଶର ଜିଡିପି ଅଭିବୃଦ୍ଧି ୨୦୨୫-୨୬ରେ ୬.୫% ରହିବ। କ୍ୱାର୍ଟର କଥା ବିଚାରକୁ ନେଲେ ଜାନୁଆରୀରୁ ମାର୍ଚ୍ଚ ଏହା ୬.୫%, ଏପ୍ରିଲରୁ ଜୁନରେ ଏହା ୬.୭%, ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହା ୬.୬% ଓ ଶେଷ କ୍ୱାର୍ଟରରେ ଏହା ୬.୩% ରହିବ ବୋଲି କହିଥିଲା। କିନ୍ତୁ ଏପ୍ରିଲରୁ ଜୁନରେ ଜିଡିପି ଅଭିବୃଦ୍ଧତ ୭.୮% ରହିଛି।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ