ଶ୍ରମିକଙ୍କ ଉପରେ ଭୁଷୁଡ଼ି ପଡ଼ିଲା ବିମ୍: ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଅଘଟଣ। ବର୍ଷା ପବନରେ ଭୁଷୁଡିଲା ଛାତ। ଘରେ ଆଶ୍ରୟ ନେଉଥିବା ଶ୍ରମିକଙ୍କ ଉପରେ ଭୁଷୁଡ଼ି ପଡ଼ିଲା ବିମ୍। ଫଳରେ ୩ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ମୃତକ ଜଣଙ୍କ ବାଲେଶ୍ବର ବାହାନଗା ଅନ୍ତର୍ଗତ କଲ୍ୟାଣପୁରର ଧରଣୀଧର ଦତ୍ତ ବୋଲି ଜଣାପଡ଼ିଥିବା ବେଳେ ଆହତ ଦୁଇ ଜଣ ହେଲେ ବାଲେଶ୍ବରର ଶିଶିର ରଥ ‌ଓ ପଶ୍ଚିମବଙ୍ଗର ଅବଦଲୁ ନୋସୁଦା। ଏନେଇ ସେମାନଙ୍କ ଘର ଲୋକଙ୍କୁ ଯୋଗାଯୋଗ କରଯାଇଛି। ପ୍ରାୟ ୭ ଜଣ ଶ୍ରମିକ ସେଠାରେ କାମ କରୁଥିଲେ ବୋଲି ସ୍ଥାନୀୟ‌ ପୋଲିସ ସୂଚନା‌ ଦେଇଛି। ଅନ୍ୟମାନେ ସୁରକ୍ଷିତ ଅଛନ୍ତି।ଓଡ୍ରାଫ ଓ ଫାୟାର ଟିମ୍ ସେମାନଙ୍କୁ ଉଦ୍ଧାର କରିଥିବା ନେଇ ପୋଲିସ କମିସନର କହିଛନ୍ତି। ଆମର ଟିମ୍ ତଦନ୍ତ କରୁଛନ୍ତି। ତଦନ୍ତ ପରେ କାର୍ୟାନୁଷ୍ଠାନ ନିଆଯିବ ବୋଲି କମିସନର କହିଛନ୍ତି।ତେବେ ଗତକାଲି ଏୟାରପୋର୍ଟ ଥାନା ପୋଖରିପୁଟର ଲିଙ୍ଗରାଜ ବିହାରରେ ଏକ ପରିତ୍ୟକ୍ତ ଘରକୁ ଭଙ୍ଗାଭଙ୍ଗି କରାଯାଉଥିଲା। ପ୍ରାୟ ସାତ ଜଣ ଶ୍ରମିକ ସେଠାରେ କାମରେ ନିୟୋଜିତ ଥିଲେ। ଅପରାହ୍ନରେ ବର୍ଷା ପବନ ଆସିବାରୁ ସେମାନେ ସେହି ଘରର ଛାତ ତଳେ ଆଶ୍ରୟ ନେଉଥିଲେ। ତେବେ ହଠାତ୍ ଏକ ବିମ୍ ଭୁଷୁଡି ପଡ଼ିଥିଲା। ବିମ୍ ତଳେ ତିନି ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ଏନେଇ ତୁରନ୍ତ ପୋଲିସ ଓ ଫାୟାର ଟିମ୍ ପାଖରେ ଖବର ପହଁଚିବା ପରେ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯଇଥିଲା। ଯେହେତୁ ଲୁହାର‌ ସିମେଣ୍ଟ ବିମ୍ ତଳେ ଚାପି ହୋଇ ରହିଥାଲେ, ତେଣୁ ବିମ୍ ତଳୁ ଲୁହାକୁ କାଟି ବାହାର କରିବା କଷ୍ଟକର ଥିଲେ ମଧ୍ୟ ଶ୍ରମିକମାନଙ୍କୁ ଉଧାର କରାଯାଇଥିଲା। ତିନି ଜଣ ଶ୍ରମିକଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଯଇଥାଲା। ପରେ ସେଠାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି।

  • Related Posts

    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading
    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ