ଶ୍ରୀବଳଦେବଜୀଉ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ

କେନ୍ଦ୍ରାପଡ଼ା : ଶ୍ରୀବଳଦେବଜହୀଉଙ୍କ ମନ୍ଦିରରେ ରବିବାର ଜଣେ ଅଣହିନ୍ଦୁ ମହିଳାଙ୍କ ପ୍ରବେଶକୁ ନେଇ ଅମଣିଆ ଭୋଗ ପୋତା ଯାଇଛି। ଏହାସହ ଶ୍ରୀଜୀଉଙ୍କ ନୀତି ତିନି ଘଣ୍ଟା ବିଳମ୍ବ ହୋଇଛି। ଏହି ଅଣହିନ୍ଦୁ ମହିଳା ଜଣଙ୍କ କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ହୋଇଥିବା ବେଳେ ଗୋଆର ଜଣେ ଅଣହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି ବୋଲି ଜଣାପଡ଼ିଛି। ମହିଳା ଜଣଙ୍କ ବେକରେ ମଙ୍ଗଳସୂତ୍ର ସହ ଏକ କ୍ରସ ଚିହ୍ନଥିବା ଲକେଟ ପକାଇଥିଲେ। ଅପରାହ୍ଣ ପ୍ରାୟ ୧୨ଟା ୧୫ରେ ସମ୍ପୃକ୍ତ ମହିଳା ଜଣଙ୍କ ନିଜ ଭଉଣୀ ସହ ଝୁଲଣ ମନ୍ଦିରରେ ବସିଥିବା ବେଳେ କ୍ରସ ଲକେଟକୁ ଦେଖି ସେବାୟତମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ସେବାୟତମାନେ ମହିଳାଙ୍କୁ ଅଟକାଇ ତାଙ୍କ ନାମ ପଚାରିଥିଲେ। ସେ ବେହେରା ସାଙ୍ଗିଆ ବୋଲି କହିଥିଲେ। ପରେ ସେବାୟତମାନେ ମହିଳାଙ୍କ ଆଧାର କାର୍ଡ ଯାଞ୍ଚ କରିବାରୁ ସେଥିରେ ତାଙ୍କ ସ୍ୱାମୀଙ୍କ ନାମ ଓ ସାଙ୍ଗିଆ ଅଣହିନ୍ଦୁ ବୋଲି ସ୍ପଷ୍ଟ ହୋଇଥିଲା; ହେଲେ ମହିଳା ଜଣଙ୍କ ଗୋଆର ଜଣେ ଅଣହିନ୍ଦୁ ଯୁବକଙ୍କୁ ବିବାହ କରିଥିବାରୁ ତାଙ୍କ ପରମ୍ପରା ଅନୁଯାୟୀ କ୍ରସ ଚିହ୍ନ ପକାଇଥିବା ଶେଷରେ ସ୍ୱୀକାର କରିଥିଲେ। ସେବାୟତମାନେ ଉଭୟଙ୍କୁ ମନ୍ଦିର ପ୍ରଶାସନ ଜିମା ଦେଇଥିଲେ। ସେମାନେ ମନ୍ଦିର ପ୍ରଶାସନ ନିକଟରେ ନିଜର ଦୋଷ ସ୍ୱୀକାର କରି କ୍ଷମାପ୍ରାର୍ଥନା କରିବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲା ବୋଲି ଶ୍ରୀବଳଦେବଜୀଉ ଦେବୋତ୍ତର ନ୍ୟାସର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ