ସଂସଦୀୟ ଦଳ ନେତା: ସ୍ପଷ୍ଟ ହେଉନି ବିଜେଡିର ସସପେନ୍ସ

ଭୁବନେଶ୍ୱର: ସ୍ପଷ୍ଟ ହେଉନି ବିଜେଡିର ସସପେନ୍ସ । ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କ ବିଜେଡିର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେବା ପରେ କିଏ ହେବ ନୂଆ ନେତା ସେ ନେଇ ସ୍ପଷ୍ଟ ହେବା ବଦଳରେ ଦିନକୁ ଦିନ ସସପେନ୍ସ ଆହୁରି ବଢ଼ିଚାଲିଛି । ସବୁଠି ସଂତୃପ୍ତ ମିଶ୍ର ବିଜେଡିର ନୂଆ ସଂସଦୀୟ ଦଳ ନେତା ହେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଶ୍ରୀ ମିଶ୍ର କହିଛନ୍ତି ମୋର ସଂସଦୀୟ ଦଳର ନେତା ହେବା ପାଇଁ ଦକ୍ଷତା ନାହିଁ । କିଏ ଦାୟୀତ୍ୱ ନେବ ତାହା ଦଳ ସଭାପତି ନିଷ୍ପତି ନେବେ ବୋଲି କହିଛନ୍ତି ।

ଅପରପକ୍ଷେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ସସ୍ମିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ତେବେ ସସ୍ମିତଙ୍କ ଇସ୍ତଫା ପରେ ଏବେ ନୂଆ ନେତା କିଏ ହେବ, ସେ ନେଇ ସଂତୃପ୍ତ ମିଶ୍ରଙ୍କ ସମେତ ସୁଲତା ଦେଓ ଓ ମାନସ ମଙ୍ଗରାଜଙ୍କ ନାମ ଚର୍ଚ୍ଚାରେ ରହିଛି । ହେଲେ ଏହି ପ୍ରସଙ୍ଗରେ ସଂତୃପ୍ତ କହିଛନ୍ତି, ଗଣମାଧ୍ୟମ ମୋ ନାମକୁ ନେଇ ଚର୍ଚ୍ଚା କରୁଛି । ମୋତେ ପଦବି ଦେବା ଉପରେ କୌଣସି ସତ୍ୟତା ନାହିଁ । ସଂସଦ ଭିତରେ ଦଳର ନେତା କିଏ ହେବେ, ତାହା ଦଳର ସଭାପତି ନିଷ୍ପତ୍ତି ନେବେ । ଜଣେ ଅଭିଜ୍ଞ ନେତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ । ଶ୍ରୀ ପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ସେ ନିଜ ଇଚ୍ଛାରେ ଏହି ପଦବିରୁ ଇସ୍ତଫା ଦେଇଛନ୍ତି । ସଂସଦରେ ଆମ ଦଳର ଅନ୍ୟ ସାଂସଦମାନଙ୍କର ମଧ୍ୟ ମୋଠାରୁ ଅଧିକ ଅନୁଭୂତି ରହିଛି । ମୋର ସବୁବେଳେ ଭଲ କାମ କରିବା ପାଇଁ ଇଚ୍ଛା ଅଛି । କିନ୍ତୁ କୌଣସି ପଦ ପାଇବା ପାଇଁ ମୋର ବ୍ୟଗ୍ରତା ନାହିଁ । ରାଜ୍ୟସଭା ସାଂସଦ ହେବା ପରେ ମୋର ଆହୁରି ଦାୟିତ୍ୱ ବଢ଼ିଛି । ମୋ ପାଖେ ସମୟ ନାହିଁ । କିନ୍ତୁ ଗଣମାଧ୍ୟମରେ ମୋ ନାମକୁ ନେଇ ଚର୍ଚ୍ଚା ହେଉଛି । କାଳ୍ପନିକ କଥାକୁ ଚର୍ଚ୍ଚା କରି ଗଣମାଧ୍ୟମ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଓଡ଼ିଶାର ଅନେକ ସମସ୍ୟା ଅଛି । ଗଣମାଧ୍ୟଗୁଡ଼ିକରେ ଓଡ଼ିଶାର ଅସଲ ସମସ୍ୟାଗୁଡିକୁ ଲୋକଲୋଚନକୁ ଆଣିବା ଆବଶ୍ୟକ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

  • Related Posts

    JUEL ORAM ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ତା’ ହାତକୁ କାଟିଦେବି:ଜୁଏଲ ଓରାମ

    ଭୁବନେଶ୍ୱର: ରାଉରକେଲା ରାଜନୀତିକୁ ନେଇ ଜୁଲଲ ଓରାମ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନା କରିବାକୁ ଚେଷ୍ଟା…

    Continue reading
    student union election ନିଶ୍ଚିତ ହେବ ଛାତ୍ର ସଂସଦ ନିର୍ବାଚନ :ଅଭିଳାଷ ପଣ୍ଡା

    ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୯ ବର୍ଷ ହେଲା ହୋଇନାହିଁ ଛାତ୍ର ସଂସଦ ନିର୍ବାଚନ । ଏଥର ହେବ ନା ନାହିଁ ସେନେଇ ବି ସ୍ପଷ୍ଟତା ନାହିଁ। ତଥାପି କିନ୍ତୁ କ୍ୟାମ୍ପସରେ ନିର୍ବାଚନୀ ସଜବାଜ ଆରମ୍ଭ ହୋଇଛି । ତେବେ କାହିଁକି ଛାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ