ସବୁ ଜିଲାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର: ରାଜ୍ୟର ଅବଶିଷ୍ଟ ଅଂଶକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଥିତି ଅନୁକୂଳ ଥିବାରୁ ମଙ୍ଗଳବାର ସମସ୍ତ ଜିଲାକୁ ମୌସୁମୀ ପ୍ରବେଶ କରିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ କଟକ, ରାୟଗଡ଼ା, କୋରାପୁଟ, ଗଜପତି ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁନ୍‌ ୨୫ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ସେହିପରି ୨୯ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ଜୁଲାଇ ୨ରୁ ୪ ତାରିଖ ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଇତିମଧ୍ୟରେ ମୌସୁମୀ ବର୍ଷା ସହ କୋହଲା ପାଗ ଯୋଗୁ ରାଜ୍ୟରେ ତାପମାତ୍ରା କମିବା ସହ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ମଙ୍ଗଳବାର ସୋନପୁରରେ ସର୍ବାଧିକ ୩୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ନୂଆପଡା ୩୮, ହୀରାକୁଦ ୩୭.୪, ଝାରସୁଗୁଡା ଓ ବୌଦ୍ଧ ୩୭.୨, ସମ୍ବଲପୁର ୩୭, ଟିଟିଲାଗଡ଼ ୩୬.୭, ସୁନ୍ଦରଗଡ଼ ୩୬.୨ ଓ ଭୁବନେଶ୍ୱରରେ ତାପମାତ୍ରା ୩୨.୬ ଡିଗ୍ରୀ ରହିଥିଲା। ସେହିପରି ଗୋପାଳପୁରରେ ସବୁଠୁ କମ୍‌ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

  • Related Posts

    ପ୍ରଣବଙ୍କ ବିୟୋଗରେ ମୋହନଙ୍କ ଶୋକପ୍ରକାଶ

    ଭୁବନେଶ୍ୱର:ଆଉ ନାହାନ୍ତି ଓଡ଼ିଶା ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଆଜି ୮୮ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଓଡ଼ିଆ ସଙ୍ଗୀତ ଜଗତରେ ବେତାଜ ବାଦଶାହ ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଆଜି…

    Continue reading
    ପରଲୋକରେ ପ୍ରଣବ ପଟ୍ଟନାୟକ

    ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।୮୮ ବର୍ଷ ବୟସରେ ସେ ଆଜି ଆଖି ବୁଜିଛନ୍ତି ।ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ୧୧.୩୦ରେ ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ଖବର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ