ସମ୍ ହସ୍ପିଟାଲରେ ଯୁବକଙ୍କ ଶ୍ୱାସ ନଳୀରୁ ପ୍ଲାଷ୍ଟିକ୍ ହୁଇସିଲ୍ ବାହାର କରିବାରେ ସଫଳ ହେଲେ ଡାକ୍ତରୀ ଟିମ୍

ଭୁବନେଶ୍ୱର: ଜଣେ ୩୪ ବର୍ଷୀୀୟ ଯୁବକଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଏକ ପ୍ଲାଷ୍ଟିକ୍ ହୁଇସିଲ୍କୁ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ)ର ଡାକ୍ତରୀ ଟିମ୍ । ଅତ୍ୟାଧୁନିକ ଭେଂଟିଲେଟିଙ୍ଗ ବ୍ରୋଙ୍କୋସ୍କୋପି ଅପରେସନ ଦ୍ୱାରା ସଫଳତାର ସହିତ ହୁଇସିଲ୍ଟିକୁ ବାହାର କରାଯାଇଛି ।
ଅନୁଗୁଳ ଜିଲ୍ଲାର ଏହି ଯୁବକ ଜଣକ ଭୁଲବଶତଃ ଏକ ପ୍ଲାଷ୍ଟିକ୍ ହୁଇସିଲ୍ଟକୁ ଗିଳି ଦେଇଥିବା ବେଳେ ହୁଇସିଲ୍ଟି ଗଳା ବାଟେ ଯାଇ ଶ୍ୱାସନଳୀରେ ଅଟକି ଯାଇଥିଲା ।
ସେହି ହୁଇସିଲଟି ରୋଗୀଙ୍କର ଡାହାଣ ପାଶ୍ୱର୍ର ଫୁସ୍ଫୁସ୍ ନିକଟବର୍ତୀ ଶ୍ୱାସନଳୀରେ ଅଟକି ରହି ଶ୍ୱାସକି୍ରୟା ପ୍ରତି ବିପଦ ସୃଷ୍ଟି କରୁଥିଲା । ସେହିପରି ଛାତିରେ କଫ ସୃ୍ଷ୍ଟି ହେବା ସହ ଶ୍ୱାସ ନେବା ସମୟରେ ହୁଇସିଲ୍ରୁ ଶବ୍ଦ ମଧ୍ୟ ବାହାରୁଥିଲା । ଦୀର୍ଘ ୧୩ ଦିନ ରୁ ଅଧିକ ସମୟ ଧରି ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ୍ ବୁଲିବା ସତ୍ୱେ କୋ÷ଣସି ସୁଫଳ ମିଳି ନଥିବା ବେଳେ ଶେଷରେ ସେ ସମ୍ ହସ୍ପିଟାଲକୁ ଆସିଥିଲେ । ହସ୍ପିଟାଲର କର୍ଣ୍ଣ ନାସା ଓ ଗଳା ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୌମ୍ୟ ରଂଜନ ଦାସଙ୍କ ରୋଗୀଙ୍କର ପରୀକ୍ଷା ନିରୀକ୍ଷା କରିବା ସହ ତାଙ୍କ ନେତୃତ୍ରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।
ଛାତିର ସିଟି ସ୍କାନ୍ କରିବା ପରେ ଡାହାଣ ପାଶ୍ୱର୍ର ଫୁସ୍ପୁସ୍ ନିକଟବର୍ତୀ ଶ୍ୱାସନଳୀ ହୁଇସିଲ୍ଟି ଅଟକି ରହିଥିବାର ଜଣାପଡ଼ିଥିଲା । ଜେନେରାଲ୍ ଆନେସ୍ଥେସିଆ ସାହାଯ୍ୟରେ ଏହି ଅତ୍ୟାଧୁନିକ ଅସ୍ତ୍ରୋପଚାର ଜରିଆରେ ହୁଇସିଲ୍ଟିକୁ ଶ୍ୱାସନଳୀରୁ ବାହାର କରିବାରେ ଆମେ ସଫଳ ହୋଇଥିଲୁ ବୋଲି ପ୍ରଫେସର ଦାସ କହିଛନ୍ତି ।
ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରକ୍ରିୟା ଭେନ୍ଟିଲେଟିଙ୍ଗ ଅପ୍ଟିକାଲ୍ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ରୋଗୀର ମୁଖ ଦେଇ ଏଣ୍ଡୋସ୍କୋପକୁ ଭର୍ତି କରାଯିବା ସହ ଏଣ୍ଡୋସ୍କୋପିକ୍ ମାଧ୍ୟମରେ ଶ୍ୱାସନଳୀରେ କେଉଁଠି ହୁଇସିଲ୍ଟି ଅଟକି ରହିଛି ତାହା ଆମେ ଜାଣିପାରିଥିଲୁ ଏବଂ କୋ÷ଣସି ପ୍ରକାର ବାହ୍ୟ ଛେଦନ କରା ନଯାଇ ହୁଇସିଲ୍ଟିକୁ ବାହାର କରିବାରେ ଆମେ ସକ୍ଷମ ହୋଇଥିଲୁ ବୋଲି ପ୍ରଫେସର ଦାସ କହିଛନ୍ତି ।
ରୋଗୀଟି ମାତ୍ର ଦୁଇ ଦିନ ହସ୍ପିଟାଲ୍ରେ ରହିବା ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା ।
ପ୍ରଫେସର ଦାସଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅସ୍ତ୍ରୋପଚାରରେ କର୍ଣ୍ଣ, ନାସା ଓ ଗଳା ବିଭାଗର ଡାକ୍ତର ଆଲୋକ ଦାସ, ଡାକ୍ତର ମନସ୍ୱିନୀ ମଲ୍ଲିକ, ଡାକ୍ତର ପ୍ରସେନଜିତ୍ ବଳିଆର ସିଂ ଓ ଡାକ୍ତର ଅଂଶୁମାନ ସାହୁ ତଥା ନିଶ୍ଚେତକ ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ ଓ ପ୍ରଫେସର ଡାକ୍ତର ସୁମିତା ସ୍ୱାଇଁ ସହଯୋଗ କରିଥିଲେ ।

Related Posts

ଶିମିଳିପାଳରେ କଳା ବାଘୁଣୀର ମୃତଦେହ ଠାବ

ବାରିପଦା: ଶିମିଳିପାଳ ଦକ୍ଷିଣ ଡିଭିଜନର ଉପରବାରାହା କାମୁଡା ରେଞ୍ଜରେ ବିରଳ ପ୍ରଜାତି କଳା ବାଘୁଣୀର ମୃତଦେହ ଠାବ ହୋଇଛି l ଗତ ୬ ତାରିଖ ସନ୍ଧ୍ୟା ୫ ଟା ସମୟରେ ପାଟ୍ରୋଲିଂ କରୁଥିବା ଷ୍ଟାଫ୍ ପ୍ରାୟ ୫ ବର୍ଷର ଏକ ମାଈ…

Continue reading
୧୦ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର :ଆସନ୍ତା ସୋମବାର ଅଗଷ୍ଟ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସାଧାରଣ ପ୍ରଶାସନ ଓ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ