ସରକାରଙ୍କ ଅନୁମତି ବିନା ଜମି ବିକ୍ରି କରିବା ଅବୈଧ- ହାଇକୋର୍ଟ

କଟକ: ରାଜ୍ୟ ସରକାରଙ୍କ ଅନୁମତି ବିନା ଅନୁସୂଚିତ ଜାତି(ଏସ୍‌ସି )ବର୍ଗର ଜମି ବିକ୍ରି କରିବା ଅବୈଧ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି । ରମଣୀମଣି ବେହେରାଙ୍କ ପକ୍ଷରୁ ଆଗତ ମାମଲା ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ରାୟ ଦେଇଛନ୍ତି ।ମାମଲାରୁ ଜଣାଯାଇଛି ଯେ, ମୟୂରଭଞ୍ଜ ଜିଲ୍ଲାର ରମଣୀମଣି ବେହେରା (ସାଧାରଣ ବର୍ଗ) ୧୯୬୯ ଏବଂ ୧୯୭୨ ମସିହାରେ ଭାଗବତ ବେହେରା ଓ ଶମ୍ଭୁ ବେହେରା (ଅନୁସୂଚିତ ଜାତି)ଙ୍କ ଠାରୁ କିଛି ଜମି କିଣିଥିଲେ । ଓଡ଼ିଶା ଭୂସଂସ୍କାର ଅଧିନିୟମ (ଓଏଲଆର ଆକ୍ଟ)ର ଧାରା ୨୨ ଅନୁଯାୟୀ, ଏଭଳି ବିକ୍ରି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ଆବଶ୍ୟକ । କିନ୍ତୁ ଏହି ଜମି ବିକ୍ରିଖର୍ଦ୍ଦି ପୂର୍ବରୁ ଏଭଳି କୌଣସି ଅନୁମତି ନିଆଯାଇ ନଥିଲା । ଏହି ଆଧାରରେ ତାଙ୍କ ଆବେଦନକୁ ମୟୂରଭଞ୍ଜ ଜିଲ୍ଲାପାଳ ଖାରଜ କରି ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନକାରିଣୀଙ୍କ ପକ୍ଷରୁ ଯୁକ୍ତିରେ କୁହାଯାଇଥିଲା କି, ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ଜମିକୁ ଦଖଲ କରି ରଖିଥିବାରୁ ଏହା ଉପରେ ତାଙ୍କର ମାଲିକାନା ସତ୍ତ୍ୱ ରହିଛି । ସେ ଏହି ଜମିର ପ୍ରକୃତ ମାଲିକ । ତେଣୁ ତାଙ୍କ ନାମରେ ଏହି ଜମିକୁ କରାଯିବା ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ଜମି ହସ୍ତାନ୍ତର ଆଇନଗତ ଭାବେ ଅବୈଧ, ତେବେ ସେଠାରେ “ପ୍ରତିକୂଳ ଦଖଲ’ (ଆଡଭର୍ସ ପଜେସନ୍) ର ଦାବି ଗ୍ରହଣଯୋଗ୍ୟ ନୁହେଁ । ଏହି ଆଧାରରେ ହାଇକୋର୍ଟ ଆବେଦନକାରିଣୀଙ୍କ ପିଟିସନ୍କୁ ଖାରଜ କରିବା ସହ ଜିଲ୍ଲାପାଳଙ୍କ ଆଦେଶକୁ କାଏମ୍ ରଖିଛନ୍ତି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ