ସରକାରୀ ବ୍ୟବହାର ପାଇଁ ଭଡାରେ ଆସିବ ଇଭି ଗାଡି , ଧାର୍ଯ୍ୟ ହେଲା ମାସିକ ଭଡ଼ା ଦେୟ

ଭୁବନେଶ୍ବର : ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଇନ୍ଧନ ସମସ୍ୟା ସୃଷ୍ଟି ହୋଇଛି। ଇନ୍ଧନ ବ୍ୟୟର ଆର୍ଥିକ ଭାରକୁ ଦୃଷ୍ଟିରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବାଧ୍ୟତାମୂଳକ ଭାବେ ବୈଦ୍ୟୁତିକ ଯାନ (EV) ଭଡାରେ ନିୟୋଜନ କରାଯିବ। ନିୟୋଜିତ ବୈଦ୍ୟୁତିକ ଯାନର (EV) ଭଡ଼ା ଦେୟ ସରକାର ଧାର୍ଯ୍ୟ କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ପିଛିଲା ଭାବେ ଜୁନ୍ ୧ରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି।
ବ୍ଲକ ଓ ତହସିଲସ୍ତର ପାଇଁ ସର୍ବାଧିକ ମାସିକ ଭଡ଼ା ୫୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ପ୍ରଶାସନିକ ବିଭାଗ ବା ବିଭାଗୀୟ ମୁଖ୍ୟଙ୍କ ପୁଲ୍ ଭେକିଲ୍, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକ ଓ ଜିଲ୍ଲାସ୍ତରୀୟ ଗାଡ଼ି ପାଇଁ ଏହି ସୀମା ୫୦ହଜାର ଟଙ୍କା ରଖାଯାଇଛି। ସେହିପରି ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ଏସପିଙ୍କ ପାଇଁ ସର୍ବାଧିକ ୬୦ହଜାର ଟଙ୍କା ଏବଂ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ କମିଶନର-ତଥା-ସଚିବ ପାହ୍ୟାର ଅଧିକାରୀଙ୍କ ପାଇଁ ୬୫ହଜାର ଟଙ୍କା ମାସିକ ଭଡ଼ା ସ୍ଥିର ହୋଇଛି। ରାଜ୍ୟ ମୁଖ୍ୟ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ରାଜସ୍ୱ ପର୍ଷଦର ସଦସ୍ୟମାନଙ୍କ ପାଇଁ ଏହି ସର୍ବାଧିକ ଭଡ଼ା ୭୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି।ସେହିପରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତି ଓ ମନ୍ତ୍ରୀମାନଙ୍କ ବ୍ୟବହାର ପାଇଁ ମାସିକ ସର୍ବାଧିକ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ଇଭି ଗାଡ଼ି ଭଡ଼ା ଦେୟ ଧାର୍ଯ୍ୟ କରାଯାଇଛି।
ତେବେ ଭଡ଼ା ଦେୟ ମଧ୍ୟରେ ଚାର୍ଜି ଖର୍ଚ୍ଚ ଅନ୍ତର୍ଭୁକ୍ତ ହେବନାହିଁ। ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ବୈଦୁତିକ ଯାନ ଚାର୍ଜି ବାବଦରେ ପ୍ରତି କିଲୋମିଟର ପିଛା ୨ ଟଙ୍କା ହାରରେ ଦେୟ ପ୍ରଦାନ କରାଯିବ। ଯେଉଁ କ୍ଷେତ୍ରରେ ରାଜ୍ୟ ସରକାର ଚାର୍ଜଙ୍ଗ ବାବଦ ଖର୍ଚ୍ଚ ବହନ କରିବେ, ସେଠାରେ ଯାନ ଯୋଗାଇଥିବା ସଂସ୍ଥାକୁ ଚାର୍ଜିଂ ବାବଦରେ ଦେୟ ପ୍ରଦାନ କରାଯିବ ନାହିଁ। ଏହି ଦର ଦୁଇ ବର୍ଷ ପାଇଁ ପ୍ରଯୁଜ୍ୟ ହେବ ଏବଂ ଏହା ପରେ ଏହାର ପୁନର୍ବିଚାର କରାଯିବ।

ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ OREDA ମାଧ୍ୟମରେ ବୈଦ୍ୟୁତିକ ଯାନ (EV) ଭଡ଼ା ସୂତ୍ରରେ ଆଣିପାରିବେ । ଭଡା ଦେୟ ଟେଣ୍ଡର ମାଧ୍ୟମରେ ଧାର୍ଯ୍ୟ ହୋଇଥିବା ଦରରେ OREDA କୁ ପ୍ରଦାନ କରିବେ। OREDA ସର୍ବାଧିକ ୩୦୦ଟି ବୈଦ୍ୟୁତିକ ଯାନ (EV) ଭଡ଼ା ସୂତ୍ରରେ ପ୍ରଦାନ କରିପାରିବ। ସରକାରୀ କାର୍ଯ୍ୟାଳୟ ତଥା ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବ୍ୟବହାର ପାଇଁ ଭଡା ସୂତ୍ରରେ କେବଳ ବୈଦୁତିକ ଯାନକୁ ନିୟୋଜିତ କରାଯିବ।

  • Related Posts

    ବିଶ୍ୱ ଜଳବାୟୁ ଦିବସ ଅବସରରେ ରାଇକିଆରେ ସ୍ୱତନ୍ତ୍ର ପଲ୍ଲିସଭା

    “ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନ ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଇକିଆ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଗୃହ ପରିସରରେ ଏକ ସ୍ୱତନ୍ତ୍ର ପଲ୍ଲିସଭା ଆୟୋଜିତ ହୋଇଥିଲା। ବଦଳୁଥିବା ଜଳବାୟୁ ପରିସ୍ଥିତି, ପରିବେଶ…

    Continue reading
    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

    ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ