ସାଧାରଣ ତନ୍ତ୍ର ଦିବସ ଶିବିର: ଭାଗନେବେ ଓଡ଼ିଶାର ୧୨୭ଜଣ ଏନସିସି କ୍ୟାଡେଟ୍

ଭୁବନେଶ୍ୱର : ନୂଆଦିଲ୍ଲୀରେ ୨୭ ଡିସେମ୍ବର,୨୦୨୫ ରୁ ୨୯ ଜାନୁଆରୀ, ୨୦୨୬ ରିଖ ପର୍ଯ୍ୟନ୍ତ ଏନସିସି ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ପାଇଁ ଓଡ଼ିଶାର ସର୍ବମୋଟ ୧୨୭ଜଣ କ୍ୟାଡେଟ୍ ଚୟନିତ ହୋଇଛନ୍ତି। ଓଡ଼ିଶା ଏନସିସିର ପ୍ରାୟ ୬୪ ହଜାର କ୍ୟାଡେଟ୍‌ଙ୍କ ମଧ୍ୟରୁ ୧୨୭ଜଣ କ୍ୟାଡେଟ୍‌ଙ୍କୁ (୮୦ଜଣ ବାଳକ ଏବଂ ୪୭ଜଣ ବାଳିକା) ଚୟନିତ କରାଯାଇଛି।

୧୨୭ ଜଣ କ୍ୟାଡେଟଙ୍କ ମଧ୍ୟରୁ କଲେଜ ଏନସିସି ଶାଖାରୁ ରହିଛନ୍ତି ୧୧୨ ଜଣ (୭୧ ବାଳକ ଓ ୪୧ ବାଳିକା) ଏବଂ ସ୍କୁଲ ଏନସିସି ଶାଖାରୁ ୧୫ଜଣ (୯ ବାଳକ ଓ ୬ ବାଳିକା) କ୍ୟାଡେଟ୍ ରହିଛନ୍ତି।

ଓଡ଼ିଶାରୁ ଚୟନିତ ହୋଇଥିବା ୧୨୭ଜଣ କ୍ୟାଡେଟ୍ ଏବଂ ୧୦ ଜଣ ସପୋର୍ଟିଙ୍ଗ ଷ୍ଟାଫ୍ ଆଜି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଶିବିରରେ ଯୋଗଦେବା ସହ ଓଡ଼ିଶାର ଏନସିସି କ୍ୟାଡେଟ୍‌ମାନେ ନୂଆଦିଲ୍ଲୀରେ ହେବାକୁ ଥିବା ସାଧାରଣ ତନ୍ତ୍ର ଦିବସ ପ୍ୟାରେଡ଼ ଏବଂ ଏନସିସି ପିଏମ୍ ରାଲିରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ଏଥି ନିମନ୍ତେ ଓଡ଼ିଶାରୁ ଚୟନିତ ହୋଇଥିବା କ୍ୟାଡେଟ୍ ମାନଙ୍କୁ ୧ ମାସ ସମୟ ଧରି ନବରଙ୍ଗପୁର ଠାରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।

ଏନସିସି କ୍ୟାଡେଟ୍‌ମାନେ ନୂଆଦିଲ୍ଲୀ ଯିବା ପୂର୍ବରୁ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ କ୍ୟାଡେଟ୍‌ମାନଙ୍କ ସହ ସାକ୍ଷାତ କରି ସେମାନଙ୍କର ଉତ୍ସାହ ବର୍ଦ୍ଧନ କରିଛନ୍ତି।

ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, “ଏନସିସି କ୍ୟାଡେଟ୍‌ମାନେ କନିଷ୍ଠ ପରିଶ୍ରମ ଏବଂ ସମର୍ପଣ ଭାବନା ସହ ଦେଶର ଏକତା ଏବଂ ସାର୍ବଭୌମତା ରକ୍ଷା ନିମନ୍ତେ ସର୍ବଦା କାର୍ଯ୍ୟ କରିଥାନ୍ତି। ସମସ୍ତ କ୍ୟାଡେଟ୍‌ମାନଙ୍କ ମଧ୍ୟରେ ଦେଶ ପାଇଁ ରହିଥିବା ଭଲ ପାଇବା ଏବଂ ନିଜ କର୍ମ ପ୍ରତି ରହିଥିବା ନିଷ୍ଠାପରତାର ଭାବନା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ୧୨୭ଜଣ ଏନସିସି କ୍ୟାଡେଟ୍ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ସାଧାରଣ ତନ୍ତ୍ର ଦିବସ ଶିବିରରେ ଯୋଗଦେବେ। ଓଡ଼ିଶାର କ୍ୟାଡେଟ୍‌ମାନେ ନୂଆଦିଲ୍ଲୀରେ ସାଧାରଣ ତନ୍ତ୍ର ଦିବସ
ପ୍ୟାରେଡ଼ ଏବଂ ଏନସିସି ରାଲିରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସମସ୍ତ ଏନସିସି କ୍ୟାଡେଟ୍‌ମାନଙ୍କ ପାଇଁ ଏହି ସାଧାରଣ ତନ୍ତ୍ର ଦିବସ ଶିବିର ଏକ ସ୍ମରଣୀୟ ଅନୁଭୂତି ହେବ ବୋଲି ମୁଁ ଆଶା କରୁଛି।”

ଏଥିସହ ଓଡ଼ିଶାରେ ଏନସିସି କ୍ୟାଡେଟ୍ ସଂଖ୍ୟାକୁ ବୃଦ୍ଧି କରିବା, ଏନସିସିରେ ମହିଳା କ୍ୟାଡେଟ୍‌ଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଏବଂ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଏନସିସି ବାଟାଲିୟନ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।

ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ଡେପୁଟି ଡ଼ାଇରେକ୍ଟର ଜେନେରାଲ କମୋଡ଼ର ବିକ୍ରମ ସିଂହ ଓଡ଼ିଶାର ଏନସିସି କ୍ୟାଡେଟ୍‌ଙ୍କ କାର୍ଯ୍ୟ ସମ୍ବନ୍ଧରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ। ଏଥିସହ ସମସ୍ତ ଏନସିସି କ୍ୟାଡେଟ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ସହ ଏନସିସିକୁ ସଶକ୍ତ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ଗ୍ରୁପ କ୍ୟାପଟେନ ଶ୍ରୀ ଦେବାଶିଷ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ