ସୁନା- ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍

ଭୁବନେଶ୍ୱର: ସୁନା ଏବଂ ରୁପା ଦରବୃଦ୍ଧିରେ ଲାଗୁନି ବ୍ରେକ୍ । ବିଭିନ୍ନ ପ୍ରକାର ଭୁ-ରାଜନୈତିକ ସମସ୍ୟା ମଧ୍ୟରେ ଉଭୟ ଧାତୁ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢ଼ିବା ସହିତ ଧାତୁ ଦ୍ୱୟ ମହଙ୍ଗା ହୋଇଚାଲିଛି । ତେବେ ସୁନା ତୁଳନାରେ ରକେଟ୍ ବେଗରେ ବଢ଼ିଚାଲିଛି ରୁପା ଦର । ବର୍ଷକରେ ଏହା ୩ ଗୁଣା ମହଙ୍ଗା ହେଲାଣି । ଚାହିଦା ଏବଂ ଯୋଗାଣ ମଧ୍ୟରେ ପ୍ରଭେଦ ରୁପା ଦରକୁ ଦ୍ରୁତ ବେଗରେ ବଢ଼ାଇଚାଲିଛି ।

ସୁନା ଲକ୍ଷେ ୪୧ ହଜାର ପାର୍ କରିଥିବାବେଳେ ରୁପା ୩ ଲକ୍ଷ ଆଡ଼କୁ ମୁହାଁଇଲାଣି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୧୨୦୦ ଟଙ୍କା ଏବଂ ୧୧୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୪୧,୨୨୦ ଟଙ୍କା ଏବଂ ୧,୨୯,୪୫୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨୦,୦୦୦ ଟଙ୍କା ମହଙ୍ଗା ହୋଇ ୨,୭୪,୦୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ରୁପା ଦର ବଢ଼ିବାର ୪ଟି ବଡ଼ କାରଣ ରହିଛି । ସୋଲାର, ଇଲେକ୍ଟ୍ରୋନିକ୍ସ ଏବଂ ଇ-ଯାନର ବହୁଳ ବ୍ୟବହାର ଯୋଗୁ ରୁପା କେବଳ ଏକ ଗହଣା ନୁହେଁ, ଏହା ଜରୁରୀ କଞ୍ଚାମାଲ ପାଲଟିଛି । ଟ୍ରମ୍ପଙ୍କ ଟାରିଫ ଡରରେ ଆମେରିକୀୟ କମ୍ପାନିଗୁଡ଼ିକ ବଡ଼ ଆକାରରେ ରୁପା ଠୁଳ କରୁଛନ୍ତି । ଫଳରେ ଯୋଗାଣ ଅଭାବ ଯୋଗୁ ଦର ଉପରକୁ ଯାଉଛି । ଉତ୍ପାଦନ ବାଧା ପାଇବା ଡରରେ ଲୋକେ ଆଗୁଆ ରୁପା କିଣୁଛନ୍ତି । ଫଳରେ ଆଗାମୀ ଦିନଗୁଡ଼ିକରେ ରୁପା ଦର ଆହୁରି ବଢ଼ିବା ସମ୍ଭାବନା ରହିଛି । ନିବେଶକ ରୁପା ଇଟିଏଫ୍ ଜରିଆରେ ପ୍ରଚୁର ନିବେଶ କରୁଛନ୍ତି, ଯାହାଫଳରେ ଏହି ଧାତୁର ଚାହିଦା ବଢୁଛି । ଗୋଟିଏ ସପ୍ତାହରେ ରୁପା ୪୮,୦୦୦ ଟଙ୍କା ବଢ଼ିଯାଇଛି ।

ଅନ୍ୟପକ୍ଷରେ, ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି । ଏହା ଫଳରେ ଧାତୁର ଚାହିଦା ବୃଦ୍ଧି ପାଉଛି, ଯାହାକି ଦରବୃଦ୍ଧିର ପ୍ରମୁଖ କାରଣ । ସେହିଭଳି ଚୀନ୍ ଭଳି ଦେଶ ନିଜ ରିଜର୍ଭ ବ୍ୟାଙ୍କ୍ରେ ସୁନା ଭରିଚାଲିଛି । ଏହା ଗୋଟିଏ ବର୍ଷରେ ପ୍ରାୟ ୯୦୦ ଟନ୍ରୁ ଊଦ୍ଧ୍ୱର୍ ସୁନା କିଣୁଛି, ଯାହାକି ସୁନା ଦରକୁ ଉପରମୁହାଁ କରୁଛି । ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରୁ ନିର୍ଭରତା କମାଇବା ସହ ସୁନା ଭଣ୍ଡାର ବଢ଼ାଉ ଥିବାରୁ ଦର ଏବେ ବଢ଼ିଚାଲିଛି ।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ