ମା’ହେଲା ବାଘୁଣୀ ‘ଜୟଶ୍ରୀ’

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଟିଛି ଏକ ବିରଳ ଘଟଣା । ମାତ୍ର ୩୪ବର୍ଷ ବୟସରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’ । ଯଦିଓ ନନ୍ଦନକାନନ ଇତିହାସରେ ସର୍ବକନିଷ୍ଠ ମା’ବାଘୁଣୀ ଭାବେ ‘ଜୟଶ୍ରୀ’ ରେକର୍ଡ କରିଛି, ତେବେ ଅପ୍ରାପ୍ତବୟସ୍କ ମା’ ହେତୁ ଶାବକମାନଙ୍କ ବଞ୍ଚିବା ଆଶା କ୍ଷୀଣ ରହିଛି । ଶନିବାର ମଧ୍ୟାହ୍ନରୁ ‘ଜୟଶ୍ରୀ’ ଗୋଟିଏ ପରେ ଗୋଟିଏ ଛୁଆ ଜନ୍ମ ଦେଇଚାଲିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୩ଟି ଶାବକ ଜନ୍ମ ଦେଇଥିବା ବେଳେ ସେଥିରୁ ଦୁଇଟି ଶାବକର ମୃତ୍ୟୁ ହୋଇଛି । ଚିନ୍ତାର ବିଷୟ ହେଲା ଜୀବିତ ଶାବକଟିକୁ ‘ଜୟଶ୍ରୀ’ ଗ୍ରହଣ କରିନାହିଁ । ତେଣୁ ଶାବକଟିକୁ ଉଦ୍ଧାର କରି ଶିଶୁଯତ୍ନ ଗୃହକୁ ନେଇ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଛି । ରାତିରେ ଆହୁରି ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ ସିସିଟିଭି ମାଧ୍ୟମରେ ତା’ଉପରେ ନଜର ରଖାଯାଇଛି । ଜୀବିତ ଗୋଟିଏ ଶାବକକୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

ଗୋଟିଏ ପଟେ ‘ଜୟଶ୍ରୀ’ ମାତ୍ର ୩୪ମାସ ବୟସରେ ଶାବକ ଜନ୍ମ ଦେବା ନନ୍ଦନକାନନ ଇତିହାସରେ ପ୍ରଥମ ଘଟଣା ହୋଇଥିବାବେଳେ ତା’ ସହିତ ମିଳନ ହୋଇଥିବା ବାଘ ‘ଅମିତ’ ପ୍ରାପ୍ତବୟସ୍କ ହେବା ମଧ୍ୟ ଆଶ୍ଚର୍ୟ୍ୟର କଥା । ସୂଚନା ଅନୁଯାୟୀ, ବାଘୁଣୀମାନେ ୩ ରୁ ୪ ବର୍ଷ ବୟସ ଏବଂ ବାଘମାନେ ୪ରୁ ୫ବର୍ଷ ବୟସରେ ପ୍ରାପ୍ତବୟସ୍କ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ସମାନ ୩୪ ମାସ । ଏତେ କମ୍ ବୟସରେ ‘ଜୟଶ୍ରୀ’ ଓ ‘ଅମିତ’ର ମିଳନ ହେବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳାକୁ ପଦାରେ ପକାଇଛି । ଜନ୍ତୁ ବିଭାଗର ଦୁଇ ଜଣ ଏସିଏଫ୍‌ଙ୍କ ସହିତ ମାଳ ମାଳ ଅଫିସର ଓ କର୍ମଚାରୀ ବାଘମାନଙ୍କ ଦାୟିତ୍ୱରେ ଅଛନ୍ତି । ଉପଯୁକ୍ତ ସମୟରେ ବାଘ ଓ ବାଘୁଣୀଙ୍କ ମିଳନ ପାଇଁ ସୁଯୋଗ ଦେବା କଥା । କିନ୍ତୁ ଏଠାରେ ଗୋଟିଏ ମା’ଠାରୁ ଜନ୍ମ ହୋଇ ‘ଜୟଶ୍ରୀ’ ଓ ‘ଅମିତ’ ଏକତ୍ର ରହୁଥିଲେ । ଜନ୍ମ ହେବା ପରେ ସମୟ କ୍ରମେ ‘ଜୟଶ୍ରୀ’ ଓ ‘ଅମିତ’କୁ ଅଲଗା ରଖିବା କଥା ।

ସୂଚନାଯୋଗ୍ୟ, ବାଘୁଣୀ ‘ଅଙ୍କିତା’ ଓ ବାଘ ‘ନନ୍ଦନ’ ଔରସରୁ ୨୦୨୩ ଫେବ୍ରୁଆରୀ ୧୭ ତାରିଖରେ ୪ଟି ଶାବକ ଜନ୍ମ ହୋଇଥିଲେ । ସେମାନେ ହେଲେ ‘ଜୟଶ୍ରୀ’ ଓ ‘ଅମିତ’ଙ୍କ ସହିତ ଆଉ ଦୁଇ ବାଘୁଣୀ ‘ଶ୍ରୀ’ ଓ ‘ତୃପ୍ତି’ । ସେମାନଙ୍କୁ ୩୧(ଖ) ଖୁଆଡ଼ରେ ୨୦୨୪ ଜାନୁୟାରୀ ୨୦ ତାରିଖରେ ଛଡ଼ାଯାଇଥିଲା । କିଛିଦିନ ତଳେ ‘ଜୟଶ୍ରୀ’ ମା ହେବ ବୋଲି ଜଣାପଡ଼ିଥିଲା । ତେଣୁ ତାକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ଏକ ସ୍ୱତନ୍ତ୍ର ଖୁଆଡ଼ରେ୍ ରଖାଯାଇଥିଲା ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ