ଧାମନଗର, 16।08 : ଧାମନଗର ବିଜ୍ଞାପିତ ଅଞ୍ଚଳ ୪ ନମ୍ବର ୱାର୍ଡ ମୁନିସିପାଟଣା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ସେକ କେଡୁଙ୍କ ସ୍ତ୍ରୀ ହେଦାତୁନ ବିବି ବୋଲି ଜଣାପଡିଛି। ସେ ବିଲରେ ଘାସ କାଟୁଥିବା ବେଳେ ତାଙ୍କୁ ସାପ କାମୁଡିଥିଲା। ମହିଳାଙ୍କ ଚିତ୍କାର ଶୁଣି ଲୋକେ ତାଙ୍କୁ ଧାମନଗର ଡାକ୍ତରଖାନାକୁ ନେଇଥିଲେ। ତେବେ ଆଗରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।
ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା
ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…


