ସାମ୍ବାଦିକ ପ୍ରତାପ କିଶୋର ନାୟକଙ୍କ ପରଲୋକ

ଦେବଗଡ଼:ନକ୍ଷତ୍ରନ୍ୟୁଜ ଦେବଗଡ଼ ଜିଲ୍ଲା ପ୍ରତିନିଧି ପ୍ରତାପ କିଶୋର ନାୟକଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି।ସ୍ବର୍ଗତ ନାୟକ ବେଶ କିଛି ଦିନ ହେବ ଅସୁସ୍ଥ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ୍ୟୁ ଶର୍ଯ୍ୟା ନିକଟରରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ପ୍ରତାପଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।ପ୍ରଧାନପାଟସ୍ଥିତ ସ୍ବର୍ଗଦ୍ବାରରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ସେ ଜିଲ୍ଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡା ସଂଗଠନ ସହ ଜଡିତ ଥିଲେ।ତାଙ୍କ ବିୟୋଗରେ ଆଜି ସଂଧ୍ୟାରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ସାମ୍ବାଦିକ ସତ୍ୟନାରାୟଣ ମିଶ୍ରଙ୍କ ଆବାହକତ୍ୱରେ ସ୍ଥାନୀୟ ରୌନାକପ୍ଲାଜାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ଅଶୋକ ନନ୍ଦ,ସିଦ୍ଧାର୍ଥ ଗୁରୁ,ଅନୁଜ ପ୍ରଧାନ,ପ୍ରଣବ କିଶୋର ଗୁରୁ,ଶକ୍ତି ସୌରଭ ନନ୍ଦ,ମାନସ ରଞ୍ଜନ ଦ୍ବିବେଦୀ,ବ୍ରିଜେଶ ରଞ୍ଜନ ସାହୁ,ପ୍ରଶାନ୍ତ ଭୁକ୍ତା,ତରୁଣ ସାହୁ,ଟିକେଶ୍ବର ଗୁରୁଙ୍କ ସମେତ ବହୁ ସାମ୍ବାଦିକ ସ୍ବର୍ଗତ ନାୟକଙ୍କ ସ୍ମୃତି ଚାରଣ କରିଥିଲେ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ