ସୁଗୁଡା ଗ୍ରାମରେ କାଳବୈଶାଖୀର ତାଣ୍ଡବ: ବ୍ୟାପକ କ୍ଷୟକ୍ଷତି

ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବ‌ରେ ବର୍ଷା ଓ ଝଡତୋ‌ଫାନ ହୋଇଥିଲା।ତେବେ ତିଲେଇବଣି ବ୍ଲକର ସୁଗଡା ଗ୍ରାମରେ କାଳ‌ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।ସୁଗୁଡ଼ା ଗ୍ରାମର ସଚିନ ଅଗ୍ରୱାଲ,ଜଟକିଶୋର ସାହୁ,ଭାଗ୍ୟରଥି ସାହୁ,ଭକ୍ତବନ୍ଧୁ ସାହୁ,ସୁଶାନ୍ତ ବିଶ୍ୱାଳଙ୍କ ସମେତ ଗ୍ରାମର ବହୁ ଲୋକଙ୍କ ଘରର ଛପର ଓ ଆଜବେଷ୍ଟ ଭାଙ୍ଗି ନଷ୍ଟ ହୋଇଯାଇଛି।ଏହାସହିତ ସୁଗୁଡା ଗ୍ରାମର ମୁଖ୍ୟ ବଜାରରେ ଥିବା ଦୋକାନ ଘର,କୁକଡ଼ା ଫାର୍ମ ମଧ୍ୟ ନଷ୍ଟ ହୋଇଯାଇଛି।ଏତଦବ୍ୟତୀତ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡି ଘର ଉପରେ ପଡିଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି। ଖବରଲେଖା ହେବା ପର୍ଯ୍ୟନ୍ତ ଗ୍ରାମରେ ବିଦ୍ୟୁତ ସରାବରାହ ବାଧାପ୍ରାପ୍ତ ହୋଇଛି।ତେବେ ସେମାନଙ୍କର କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସା‌ଧାରଣରେ ଦାବି ହୋଇଛି।

  • Related Posts

    ଉଭେଇ ଗଲା ତାତି

    ଭୁବନେଶ୍ୱର: ଉଭେଇ ଗଲା ତାତି । ଆଗକୁ ତିନି ଦିନ ଯାଏ ତାତି କମ୍ ରହିବ । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳେ ରହିବ । ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ପାଖାପାଖି ରହିବ…

    Continue reading
    ଆଜିଠୁ ଓଜେଇଇ-୨୦୨୬ ପରୀକ୍ଷା ଆରମ୍ଭ

    ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ଆରମ୍ଭ ହେବ । ୧୦ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ