ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟଦାନ ଜାରି ରହିଥିବାବେଳେ ସୁନାବେଡ଼ା ଅଞ୍ଚଳରେ ଥିବା ସମ୍ବେଦନଶୀଳ ବୁଥଗୁଡ଼ିକରେ ମତଦାନ ଆଗୁଆ ଶେଷ ହୋଇଛି। ଏଠାରେ ୭୫% ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସୁନାବେଡ଼ାର ୮ଟି ବୁଥ ଅତି ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ ହୋଇଥିଲା। ତେଣୁ ସେଠାରେ ଅପରାହ୍ନ ୪ଟା ସୁଦ୍ଧା ମତଦାନ ସାରିବାକୁ ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ୪ଟା ସୁଦ୍ଧା ଭୋଟଗ୍ରହଣ ଶେଷ ହୋଇଥିଲା। ଏହା ପରେ ପୋଲିଂ ପାର୍ଟ ସେଠାରୁ ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ହେଲିକପ୍ଟର ଜରିଆରେ ଫେରିଆସିଛନ୍ତି। ୭୫% ମତଦାନ ହୋଇଥିବାରୁ ସୁନାବେଡ଼ାବାସୀ ଭୋଟଦାନ ନେଇ ବେଶ୍ ସଚେତନ ଥିବା ଆଲୋଚନା ହେଉଛି।
ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…




