ବିଜେପି ଖୋଲାଖୋଲି ଟଙ୍କା ବାଣ୍ଟିଛି: କଂଗ୍ରେସ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି ଖୋଲାଖୋଲି ଟଙ୍କା ବାଣ୍ଟିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଭୋଟ ଗ୍ରହଣରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ଅଭିଯୋଗ କରିଛନ୍ତି।

ଶ୍ରୀକାନ୍ତ କହିଥିଲେ, ମୁଁ ଅନେକ ନିର୍ବାଚନ ଦେଖିଛି, କିନ୍ତୁ ନୂଆପଡା ଭଳି ଟଙ୍କାବଣ୍ଟା ନିର୍ବାଚନ ଦେଖି ନ ଥିଲି । ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ବିଜେପି ଗାଁଗଣ୍ଡା, ସହର ସବୁଠି ଖୋଲାଖୋଲି ଟଙ୍କା ବାଣ୍ଟୁଛି । ଏ ବିଷୟକୁ ନେଇ ଅନେକ ଥର ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସ୍ୱଚ୍ଛ ଅବାଧ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୋଲିଂ ଅଫିସର ଭୋଟ ବେଳେ ସରକାରୀ ଦଳକୁ ସାହାଯ୍ୟ କରି ନିଲମ୍ବିତ ହେଉଛନ୍ତି । ଷ୍ଟ୍ରଙ୍ଗରୁମ, ଯେଉଁଠି ଭୋଟ ସରିଲା ପରେ ଇଭିଏମ ମେସିନ ରଖାଯାଏ, ସେଇଠି ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଅଛି ତ ? ପର୍ୟ୍ୟାପ୍ତ ସିସିଟିଭି ଖଞ୍ଜା ଯାଇଛି କି ବୋଲି ପ୍ରଶ୍ନ ପଚାରିଥିଲେ।
ଶ୍ରୀକାନ୍ତ ପୁଣି କହିଥିଲେ, ଦୂର ଦୁରାନ୍ତ ଅଞ୍ଚଳରୁ ଭୋଟ ବାକ୍ସ ଆସିବ ସେଥିପାଇଁ ନିର୍ବାଚନ ଅଧିକାରୀ କେତେ ସମୟସୀମା ଧାର୍ୟ୍ୟ କରିଛନ୍ତି ? ୫ଟା ପରେ ଭୋଟ ଅଧିକ ପଡୁଛି କାହିଁକି ? ଭୋଟ ଦାନର ୨ ଦିନ ପୂର୍ବରୁ ଶାସକ ଦଳ ପ୍ରବଳ ଟଙ୍କା ବଣ୍ଟନ କରିଛି, ତାହା ମଧ୍ୟ ଖୋଲାଖୋଲି ହେଉଛି । ବିରୋଧୀ ଦଳଙ୍କ ଗାଡି ଚେକ ହେଉଛି, କିନ୍ତୁ ଶାସକ ଦଳର ଟଙ୍କା ବୋହୁଥିବା ଗାଡିକୁ ଚେକ କରାଯାଉନି । ଏପରି ପ୍ରତୀତ ହେଉଛି ଯେଭଳି ନିର୍ବାଚନ କମିଶନ ଆଚରଣ ବିଧି ଉଲ୍ଲଂଘନ ପାଇଁ ପ୍ରୋତ୍ସାହନ ଦେଉଛି। ଯେତେ ବାଧାବିଘ୍ନ ଘଟିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜିତିବେ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମୀଳନୀରେ ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ ଉପସ୍ଥିତ ଥିଲେ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ