ନୂଆପଡାରେ ୮୧.୪୫ ପ୍ରତିଶତ ମତଦାନ, ୧୪ରେ ଗଣତି

ଭୁବନେଶ୍ବର/ ନୂଆପଡ଼ା: ଜିନ୍ଦାବାଦ, ଆରୋପ-ପ୍ରତ୍ୟାରୋପର ରାଜନୀତି ସରିବା ପରେ ମଙ୍ଗଳବାର ନୂଆପଡ଼ା ଉପ-ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ି ଦେଲେ ସୁରୁଖୁରୁରେ ଭୋଟ ଗ୍ରହଣ ହୋଇଛି। ସନ୍ଧ୍ୟା ୮ଟା ସୁଦ୍ଧା ପ୍ରାୟ ୮୧.୪୫% ମତଦାନ ହୋଇଛି। ୧୪ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମେସିନ୍‌ରେ ସିଲ୍‌ ହୋଇଛି।ଆସନ୍ତା ୧୪ରେ ଭୋଟ ଗଣତି ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ୍‌.ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଶୃଙ୍ଖଳାରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୩୫୮ ମତଦାନ କେନ୍ଦ୍ରରେ ମକ୍ ପୋଲ ସଫଳତାର ସହ ସମାପ୍ତ ହୋଇଥିଲା। ମକ୍ ପୋଲ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ୩ଟି ବାଲଟ୍ ୟୁନିଟ୍ ଏବଂ ତିନୋଟି କଣ୍ଟ୍ରୋଲ୍ ୟୁନିଟ୍ ତୁରନ୍ତ ବଦଳା ଯାଇଥିଲା।
ପୂର୍ବାହ୍ଣ ୧୧ଟାରେ ମତଦାନ ହାର ୩୨.୫୧% ଥିବାବେଳେ ଅପରାହ୍ଣ ୩ଟା ସୁଦ୍ଧା ୬୫.୨୦% ଭୋଟ ଗ୍ରହଣ ହୋଇଥିଲା। ସନ୍ଧ୍ୟା ୫ଟା ବେଳକୁ ୭୫.୩୭% ଭୋଟ୍‌ ଗ୍ରହଣ କରାଯାଇଥିଲା। ୧୬୫ଟି ବୁଥ୍‌ରେ ମତଦାନ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ବୁଥ୍‌ରେ ମତଦାତା ଥିବାରୁ ମତଦାନ ଚାଲିଥିଲା।
ମତାଦାତାଙ୍କ ଗୋପନୀୟତା ପ୍ରଘଟ କରିବା ଅଭିଯୋଗରେ ନିର୍ବାଚନ ଦାୟିତ୍ବରେ ଥିବା ୨ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ବିଶେଷ କରି ଅତି ସମ୍ବେଦନଶୀଳ କୁହାଯାଉଥିବା ସୁନା​‌େ​‌ବଡ଼ା ଅଭୟାରଣ୍ୟ ଅଞ୍ଚଳର ୮ଟି ବୁଥ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ମତଦାନ ପରେ ବାୟୁସେନା ବିମାନରେ ଇଭିଏମ୍‌ ଧରି ନିର୍ବାଚନ ପରିଚାଳନାକାରୀ ନିର୍ଦ୍ଧାରିତ ସମୟରେ ଫେରି ଆସିଛନ୍ତି।ଚୂଡ଼ାନ୍ତ ଖବର ଅନୁସାରେ, ୮୧.୪୫ ପ୍ରତିଶତ ମତଦାନ ହୋଇଛି; ଯାହା କି ୨୦୨୪ ସାଧାରଣ ନିର୍ବାଚନଠାରୁ ଅଧିକ। ଗତ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ୭୫.୪୪ ପ୍ରତିଶତ ମତଦାନ ହୋଇଥିଲା। ଶେଷ ଖବର ଅନୁସାରେ, ୧ଲକ୍ଷ ୯୯ ହଜାର ୭୩୮(୭୮.୪୮ ପ୍ରତିଶତ) ମତଦାନ ହୋଇଛି। ସୁନାବେଡ଼ା ଅଭୟାରଣ୍ୟର ମାଓ ପ୍ରବଣ ସୋସେଙ୍ଗସ୍ଥିତ ୨ଟି, ଦେଓସିଲ, ସୁନାବେଡ଼ାର ୨ଟି, ଜାମଗାଁ, ଗତିବେଡ଼ାର ୨ଟି ବୁଥ୍‌ (ମୋଟ୍‌-୮ଟି ବୁଥ)ରେ ୪ହଜାର ୮୭୬ ମତଦାତା ଥିବାବେଳେ ୪୦୧୪ ମତଦାନ (୮୨.୩୪ ପ୍ରତିଶତ) ହୋଇଛି।
ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ଅନ୍ୟମାନେ ନିଜ ନିଜ ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମତଦାନ କରି ନ ଥିଲେ। ସ୍ନେହାଙ୍ଗିନୀ ମତଦାନ କେନ୍ଦ୍ର ବୁଲୁଥିବାବେଳେ କେନ୍ଦ୍ର ପରିସରରେ ନିୟମ ଅବମାନନା ପୂର୍ବକ କିଛି ସନ୍ଦିଗ୍ଧ ବ୍ୟକ୍ତି ଓ ମହିଳା ମତଦାତାଙ୍କୁ ପ୍ରଭାବିତ କରୁଥିବା ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ କାରଣରୁ ଖାଲି ହୋଇଥିବା ନୂଆପଡ଼ା ବିଧାନସଭା ଆସନ ପାଇଁ ମତଦାନ ହୋଇଛି। ଏହି ଉପ-ନିର୍ବାଚନରେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସଂରକ୍ଷିତ ହୋଇଛି। ଆସନ୍ତା ୧୪ରେ ମତଗଣନା ସହ ଫଳାଫଳ ପ୍ରକାଶ ପାଇବ। ଉପ-ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଅବାଧ, ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମୋଟ ୩୫୮ଟି ବୁଥରେ ସକାଳେ ଛାୟା ମତଦାନ(ମକ୍‌ ପୋଲ) ପରେ ସ୍ବାଭାବିକ ମତଦାନ ଆରମ୍ଭ ହୋଇଥିଲା। ଛାୟା ମତଦାନ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବାରୁ ୩ଟି ବାଲଟ୍‌ ୟୁନିଟ ଓ ୩ଟି କଣ୍ଟ୍ରୋଲ ୟୁନିଟକୁ ବଦଳା ଯାଇଥିଲା। ସେହିପରି ମୋଙ୍ଗରାପାଲି ବୁଥ୍‌ ସଂଖ୍ୟା-୭୬ରେ ରିପୋର୍ଟ ହୋଇଥିବା ଇଭିଏମ ସମ୍ବନ୍ଧୀୟ ସମସ୍ୟାର ସାମାଧାନ କରାଯାଇ ସୁରୁଖୁରୁରେ ମତଦାନ ହୋଇଥିଲା।
ଉପ-ନିର୍ବାଚନରେ ମତଦାତଙ୍କ ମତଦାନର ଗୋପନୀୟତା ବଜାୟ ରଖି ନଥିବା କାରଣରୁ ନୂଆପଡ଼ା ଜିଲା ନିର୍ବାଚନ ଅଧିକାରୀ ଜିଲାପାଳ ମଧୁସୂଦନ ଦାଶ ୨ଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ କାର୍ୟ୍ୟରୁ ନିଲମ୍ବିତ କରିଛନ୍ତି। ପ୍ରଥମେ ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ବୁଥ୍‌ ସଂଖ୍ୟା-୩୬ର ପ୍ରିଜାଇଡିଂ ଅଧିକାରୀ ଧନଞ୍ଜୟ ମଲ୍ଲିକ ଓ ନୂଆପଡ଼ା ସଦର ବ୍ଲକ ବିରୋମାଲ ବୁଥ୍‌ ସଂଖ୍ୟା-୪୬ର ପ୍ରିଜାଇଡିଂ ଅଧିକାରୀ ସନ୍ଦୀପ ସ୍ୱାଇଁଙ୍କୁ କାର୍ୟ୍ୟରୁ ନିଲମ୍ବିତ କରାଯାଇଛି। ସେମାନଙ୍କ ସ୍ଥାନରେ ସଂରକ୍ଷିତ ଥିବା ପ୍ରିଜାଇଡିଂ ଅଧିକାରୀଙ୍କୁ ନେଇ ମତଦାନ କରାଯାଇଥିଲା।
ଅପରପକ୍ଷରେ ନିର୍ବାଚନରେ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି ଜିଲାପାଳଙ୍କୁ ଫେରାଦ ହୋଇଛି। ନୂଆପଡ଼ାରେ ସକାଳ ୭ଟାରୁ ସୁରୁଖୁରୁରେ ମତଦାନ ଆରମ୍ଭ ହୋଇଥିଲେ ହେଁ ସକାଳ ୯ଟାରେ ବିଜେପି ପକ୍ଷରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ବିଜେଡି ଦର୍ଶାଇଥିଲା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗନୀ ଛୁରିଆ ବିଭିନ୍ନ ବୁଥ୍‌ ପରିସରରେ ମତଦାତାଙ୍କୁ ଜଳଖିଆ ବଣ୍ଟନ ସହିତ ନିର୍ଦିଷ୍ଟ ପ୍ରାର୍ଥୀଙ୍କ ପ୍ରଚାରପତ୍ର ବାଣ୍ଟି ପ୍ରଭାବିତ କରୁଥିବା ଦେଖି ସେମାନଙ୍କୁ ଏଭଳି କାର୍ୟ୍ୟରୁ ବିରତ ରହିବା ପାଇଁ ଅନୁରୋଧ କରୁଥିବା ଦେଖାଯାଇଥିଲା। ସେହିପରି ବିଜେଡି ଜିଲା ସଭାପତି ଅବନୀ ରଞ୍ଜନ ଯୋଶୀ ଜିଲାପାଳ ମଧୁସୂଦନ ଦାଶଙ୍କୁ ଏ ସମ୍ପର୍କରେ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ