ସୁଭଦ୍ରା ଶକ୍ତି ମେଳାରେ ମସଲା ସାମଗ୍ରୀ ପାଇଁ ଜମୁଛି ଭିଡ଼

ଭୁବନେଶ୍ୱର,0୪/୧୧:ସୁଭଦ୍ରା ଶକ୍ତି ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ କିଣିବା ପାଇଁ ଲକ୍ଷାଧିକ ଦର୍ଶକଙ୍କ ସମାବେଶ ଦେଖିବାକୁ ମିଳିଛି । ଏହା ଉତ୍ସାହର କେନ୍ଦ୍ରବିନ୍ଦୁ ହୋଇ ରହିଛି । ହସ୍ତତନ୍ତ, ଆଦିବାସୀ ଅଳଙ୍କାର, ଜୈବିକ ଉତ୍ପାଦ ଠାରୁ ବିଭିନ୍ନ ଜିଲ୍ଲାର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ପର୍ଯ୍ୟନ୍ତ – ଦର୍ଶକମାନେ ଏହି ମେଳାରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ ମା’ ମାନଙ୍କ ଉଦ୍ୟୋଗିତାର ଝଲକ ଦେଖିବାକୁ ପାଉଛନ୍ତି । ପରିବର୍ତ୍ତିତ ଜୀବନଶୈଳୀରେ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୁସ୍ଥ ରହିବା ପାଇଁ ସତେଜ, ପୁଷ୍ଟିକର ଓ ଶୁଦ୍ଧ ଖାଦ୍ୟ ଅତ୍ୟନ୍ତ ଜରୁରୀ। ତେଣୁ ଲୋକେ ଏବେ ପ୍ରାକୃତିକ ଏବଂ ଜୈବିକ ଉତ୍ପାଦ ପ୍ରତି ଆଗ୍ରହ ଦେଖାଉଛନ୍ତି । ସୁଭଦ୍ରା ଶକ୍ତି ମେଳାର ଭିଡ଼ ମଧ୍ୟରେ ମସଲା ଷ୍ଟଲକୁ ଖୋଜି ପହଞ୍ଚୁଛନ୍ତି ଗ୍ରାହକ। କନ୍ଧମାଳର ହଳଦୀ, ସମ୍ବଲପୁରର ଗୁଜୁରାତି, ରାୟଗଡାର ଗୋଲମରିଚ ପାଇଁ ଲୋକଙ୍କ ଭିଡ଼ ଜମୁଛି ଯାହା ସ୍ଵୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ଦ୍ଵାରା ଜୈବିକ ପଦ୍ଧତିରେ ପ୍ରସ୍ତୁତ କରାଯାଉଛି । ଓଡ଼ିଶାର ଆଞ୍ଚଳିକ ସ୍ୱାଦର ପ୍ରକୃତ ଅନୁଭୂତି ଦେଉଛି ସୁଭଦ୍ରା ଶକ୍ତି ମେଳା। ନିଜର ସ୍ଵତନ୍ତ୍ର ସ୍ଵାଦ, ସୁଗନ୍ଧ ଓ ଔଷଧୀୟ ଗୁଣ ପାଇଁ ପରିଚିତ ମସଲା ସବୁ ବିପୁଳ ପରିମାଣରେ ବିକ୍ରି ହେଉଛି। “ସବୁ ମସଲା ପ୍ରାକୃତିକ ଓ ଜୈବିକ। ଏଥିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ହୋଇନାହିଁ। ଆମେ ନିଜ ଗାଁରେ ଚାଷ କରୁଥିବା ହଳଦୀକୁ ଶୁଖାଇ ଘରେ ପେଶି ଏଠି ଆଣିଛୁ” – କହିଛନ୍ତି ୧୯୫ ନଂ ଷ୍ଟଲ କନ୍ଧମାଳ ଜିଲ୍ଲାର ପିତାବଳି ଉତ୍ପାଦକ ଗୋଷ୍ଠୀ ସଦସ୍ୟା ସୁକାନ୍ତି ଦଳେଇ। ଚତୁର୍ଥ ଦିନ ମଧ୍ୟ ମେଳା ପ୍ରତି ଦର୍ଶକଙ୍କ ଅଦ୍ଭୁତପୂର୍ବ ଆଗ୍ରହ ଜାରି ରହିଥିବାବେଳେ ମୋଟ ୧.୫ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୨୨୬ ନଂ ଷ୍ଟଲରେ ଗଜପତି ଜିଲ୍ଲାରୁ ଆସିଥିବା ମା ତାରିଣୀ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଟିଏ ଦିନରେ ୧.୫୦ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି। ସନ୍ଧ୍ୟାରେ ମଞ୍ଚ ଚମତ୍କାର ସାଂସ୍କୃତିକ କାର୍ଯ୍ଯକ୍ରମରେ ଢୋଲ ମହୁରୀ ନୃତ୍ୟ ପରିଷଦ ଦ୍ବାରା ପ୍ରଦର୍ଶିତ ଢୋଲ ମହୁରୀ ନୃତ୍ୟ, ମନସ୍ଵିନୀ ପଟ୍ଟନାୟକ ଓ ଜିତ୍ ଚୌଧରୀଙ୍କ ସଙ୍ଗୀତ ସହିତ ବ୍ୟଙ୍ଗ କବି ଜ୍ଞାନ ହୋତଙ୍କ ବ୍ୟଙ୍ଗ କବିତା ଦର୍ଶକଙ୍କୁ ହସାଇ ଥିଲା।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ