ସୂର୍ଯ୍ୟକୁମାରଙ୍କୁ ଡାଇରେକ୍ଟ ମେସେଜ ଦେଲେ ମହମ୍ମଦ ରିଜୱାନ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ପଠାଇବା ପାଇଁ ଭାରତ ସରକାର ମନା କରିଦେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ନିକଟରେ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି)କୁଜଣାଇଥିଲା ଯେ, ଭାରତ ସରକାର ଟିମ୍ ପାକିସ୍ତାନ ପଠାଇବାକୁ ମନ କରିଛନ୍ତି। ତେଣୁ ଭାରତ ପାଇଁ ଏକ ହାଇବ୍ରିଡ ମଡେଲ କରାଯାଇ ଟୁର୍ନାମେଣ୍ଟ କରାଯାଉ। ଯେତେବେଳେ କି ପାକିସ୍ତାନ ଏହାର ସୀମା ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ କରିବାକୁ ଅଧିକାର ପାଇଛି।

 

କିଛିଦିନ ତଳେ ଭାରତୀୟ ଦଳର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଜଣେ ପ୍ରଶଂସକ ପାକିସ୍ତାନ ନ ଯିବାର ପଛର କାରଣ ସମ୍ପର୍କରେ ପ୍ରଶ୍ନ କରିଥିଲେ। ତେବେ ଏହାର ଉତ୍ତରରେ ସୂର୍ଯ୍ୟକୁମାର କହିଥିଲେ କି ଏହି ମାମଲା ଖେଳାଳୀମାନଙ୍କ ହାତରେ ନାହିଁ।

 

ବୁଧବାର ପାକିସ୍ତାନର ହ୍ୱାଇଟ-ବଲ୍ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ସୂର୍ଯ୍ୟକୁମାରଙ୍କ ମନ୍ତବ୍ୟ ଉପରେ ତାଙ୍କ ମତାମତ ପଚାରିଥିଲେ କିଛି ସାମ୍ବାଦିକ। ଏହାର ଜବାବରେ ରିଜୱାନ୍ କହିଛନ୍ତି ଯେ, ଭାରତୀୟ ଖେଳାଳିଙ୍କୁ ପାକିସ୍ତାନରେ ପ୍ରଶଂସକଙ୍କ ତରଫରୁ ସ୍ୱାଗତ କରାଯିବ, ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇ ବୋର୍ଡ ଏବଂ ସରକାର ଶୀଘ୍ର ଏହି ପ୍ରସଙ୍ଗରେ ଏକ ନିଷ୍ପତ୍ତି ନେଇପାରିବେ।

 

“କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ ସମସ୍ତେ ସ୍ୱାଗତଯୋଗ୍ୟ। ସମସ୍ତ ଖେଳାଳି ଆସିବେ, ଆମେ ସେମାନଙ୍କୁ ସ୍ୱାଗତ କରିବୁ। ଏହା ଆମର ନିଷ୍ପତ୍ତି ନୁହେଁ, ଏହା ପିସିବିର ନିଷ୍ପତ୍ତି। ଯାହା ନିଷ୍ପତ୍ତି ନିଆଯିବ, ଆଶା କରୁଛି ସେମାନେ ସମସ୍ତେ ଆଲୋଚନା କରିବେ ଏବଂ ସଠିକ୍ ନିଷ୍ପତ୍ତି ନେବେ। କିନ୍ତୁ ଆମେ ଆଶାବାଦୀ ଯେ ଯଦି ଭାରତୀୟ ଖେଳାଳି ଆସିବେ ତେବେ ଆମେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିବୁ।

 

ଅନ୍ୟପଟେ ଏକ ରିପୋର୍ଟରେ ଅନୁଯାୟୀ ଯଦି ଉଭୟ ବୋର୍ଡ ଏକ ନିରପେକ୍ଷ ଷ୍ଟାଡିୟମ ପାଇଁ ରାଜି ହେବେ ନାହିଁ, ତେବେ ଟୁର୍ନାମେଣ୍ଟ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର ହୋଇପାରେ। ଏଥିସହିତ କିଛି ସହ କରୁଛନ୍ତି ଯେ, ଏହି ଟୁର୍ଣ୍ଣାମେଣ୍ଟ ଦୁଇ ଦଳ ମଧ୍ୟରୁ କୌଣସି ଦଳ ବିନା ଅନୁଷ୍ଠିତ ହୋଇପାରେ, କିନ୍ତୁ ଏଭଳି ହେଲେ ଆଇସିସି ଏବଂ ଏହାର ଆୟ ଉପରେ ଏକ ବଡ଼ ଆର୍ଥିକ ପ୍ରଭାବ ପକାଇବ।

Related Posts

ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

Continue reading
ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ