ସୋଆରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଉତ୍ସାହର ସହ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଜାତୀୟ ପତାକା ଉତୋଳନ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଉତ୍ସବମୂଳର୍କ ମାର୍ଚ୍ଚ ପାଷ୍ଟ ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ସୋଆ କୁଳପତି ପ୍ରଦୀପ୍ତ କୁମାର ନନ୍ଦ ଜାତୀୟ ପତାକା ଉତୋଳନ କରିବା ଅବସରରେ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ । “ଭାରତ କୃଷି, ଶିକ୍ଷା, ସ୍ୱାସ୍ଥ୍ୟସେବା, ଶିଳ୍ପ ଏବଂ ଏପରିକି ମହାକାଶ ବିଜ୍ଞାନ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ଆର୍ନ୍ତଜାତୀୟ ମହାକାଶ କେନ୍ଦ୍ରକୁ ପଠାଇ ଦେଶ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହାର ଗତି ପ୍ରଦର୍ଶନ କରିଛି,” ବୋଲି ସେ କହିଛନ୍ତି ।ର୍ତମାନ ଚତୁର୍ଥ ବୃହତ ଅର୍ଥନୀତି, ଭାରତ ଅଭିବୃଦ୍ଧି ପାଇଁ ସକ୍ଷମ ଏବଂ ଆତ୍ମନିର୍ଭରଶୀଳତା ଉପରେ ଏହାର ଗୁରୁତ୍ୱ ଷ୍ଟାର୍ଟ -ଅପ୍ ଗୁଡିକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି ।କୁଳପତି କହିଛନ୍ତି ଯେ ସୋଆ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବରେ ବୃଦ୍ଧି ପାଉଛି ଏବଂ ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଛି ।ପ୍ରଫେସର ନନ୍ଦ କହିଛନ୍ତି ଯେ ଜଳବାୟୁ ପରିବର୍ତନ ମାନବଜାତି ପାଇଁ ଏକ ଗମ୍ଭୀର ବିପଦ ପାଲଟିଛି । ଯାହାର ମୁକାବିଲା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଏହି ଘଟଣା ମୁକାବିଲା ସହ ଏ କ୍ଷେତ୍ରରେ ଗବେଷଣାକୁ ବୃଦ୍ଧି କରିବା ପାଇଁ ସୋଆ ପରିବେଶ ଜଳବାୟୁ ଏବଂ କେନ୍ଦ୍ର ଏବଂ ଜଳବାୟୁ ସ୍ମାର୍ଟ କୃଷି କେନ୍ଦ୍ର ସ୍ଥାପନ କରିଛି ବୋଲି ସେ କହିଛନ୍ତି ।ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ, କ୍ରୀଡା
ଧିକାରୀ ସୁଶ୍ରୀ ସୁନିତା ବର୍ମା ଏବଂ ଅନ୍ୟାନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏନ୍ସିସି ର କ୍ୟାଡେଟ୍ ଏବଂ ବିଭିନ୍ନ ପ୍ରତିଷ୍ଠାନର ଛାତ୍ରମାନେ ପରେଡରେ ଅଂଶ ଗ୍ରହଣ କରିଥିଲେ ।ସ୍ୱାଧୀନତା ଦିବସ ପାଳନ ଅବସରରେ ସୋଆର ପ୍ରୋ ଭାଇସ୍ ଚାନ୍ସଲେର ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ର ଡିନ୍ ପ୍ରଫେସର ଅୟଶ କାନ୍ତା ମହାନ୍ତି , ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନସେସ୍ ର ଡିନ୍ ପ୍ରଫେସର ଦେବଜ୍ୟୋତି ଦାସ, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଏବଂ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ଉପସ୍ଥିତ ଥିଲେ । ପୂର୍ବରୁ ପ୍ରୋ ଭାଇସ୍ ଚାନସ୍ଲେର ପ୍ରଫେସର ସାମନ୍ତରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତରେ କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଜାତୀୟ ପତାକା ମଧ୍ୟ ଉତୋଳନ କରିଥିଲେ ।ମାର୍ଚ୍ଚ ପାଷ୍ଟ ରେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ହାୟର ସେକେଣ୍ଡୋରୀ ଏଜୁକେସନ ( ପ୍ଲସ୍ ଟୁ କଲେଜ) ର ବାଳକ ଏବଂ ବାଳିକା ଦଳ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଯେତେବେଳେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ ର ତୃତୀୟ ସ୍ଥାନ ଅଧିକାର କରିଥିଲେ ।ମାର୍ଚ୍ଚ ପାଷ୍ଟ ରେ ବିଚାରକ ଭାବରେ ସୁବେଦାର ମେଜର ଏଲ.ଡି.ତରାଇ ଏବଂ ସୁବେଦାର ମେଜର କେ.ସି. ଜେନା ବିଜେତାମାନଙ୍କୁ ଚୟନ କରିଥିଲେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ