ସ୍କୁଲରେ ପୋଡ଼ିହୋଇ ଗୁରୁତର ଛାତ୍ରଙ୍କ ମୃତ୍ୟୁ

ବିଷମକଟକ: ଗତ ଜାନୁଆରୀ ୫ରେ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟି ୪ ଛାତ୍ର ଗୁରୁତର ଆହତ ହୋଇଥିଲେ। କଟକ ମେଡିକାଲରେ ଚିକିତ୍ସାଧୀନ ଥିବା ସପ୍ତମ ଶ୍ରେଣୀ ଛାତ୍ର ବୀରେନ ଟାକ୍ରିଙ୍କ ମଙ୍ଗଳବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଚିକିତ୍ସା ଅବହେଳାରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ଗ୍ରାମବାସୀ ଅଭିଯୋଗ କରି ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ବିଦ୍ୟାଳୟ ଭିତରେ ଶିକ୍ଷକଙ୍କୁ ତାଲା ପକାଇ ଧାରାଣାରେ ବସିଥିଲେ। ଏ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀଙ୍କ ଧାରଣା ଯୋଗୁ ବିଦ୍ୟାଳୟ ପରିସରରୁ କୌଣସି ଶିକ୍ଷକ ବାହାରକୁ ବାହାରି ପାରି ନ ଥିଲେ। ବିଷମକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଦୀର୍ଘ ୩ ଘଣ୍ଟା ପରେ ଶିକ୍ଷକମାନେ ବାହାରକୁ ବାହାରିଥିଲେ।

ସୂଚନାଯୋଗ୍ୟ, ପାଇକଡ଼ାକୁଲୁଗୁଡ଼ାସ୍ଥିତ ପ୍ରାଇମେରି ବିଦ୍ୟାଳୟରେ ଥିନର ବୋତଲ ଥିବାବେଳେ ପିଲାମାନେ ତାକୁ ତଳେ ଢାଳି ଦିଆସିଲି ମାରି ନିଆଁ ଲଗାଇ ଖେଳୁଥିଲେ। ଏହି ସମୟରେ ହଠାତ୍‌ ନିଆଁ ବ୍ୟାପିଯିବାରୁ ପିଲାମାନଙ୍କ ଶରୀରରେ ଅଗ୍ନି ସଂଯୋଗ ହୋଇଯାଇଥିଲା। ଖବରପାଇ ଶିକ୍ଷକ ଓ ସ୍ଥାନୀୟ ଲୋକେ ସତର୍କତାର ସହ ୪ ଛାତ୍ରଙ୍କୁ ଉଦ୍ଧାରକରି ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେମାନେ ହେଲେ ସପ୍ତମ ଶ୍ରେଣୀର ବୀରେନ ଟାକ୍ରି (୧୨), ନବୀନ ହୁଇକା (୧୨), ରୋହିତ ଖୋରା (୧୨) ଏବଂ ପଞ୍ଚମ ଶ୍ରେଣୀର ସୁଦାମ ବାଗ (୧୦) । ତେବେ ସମସ୍ତେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ବୀରେନ ଟାକ୍ରି ଗୁରୁତର ଥିବାରୁ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ।

  • Related Posts

    ସୌମ୍ୟ ହତ୍ୟା ମାମଲା:ଏଯାବତ୍ ୩୦ ଜଣଙ୍କୁ ଜେରା

    ଭୁବନେଶ୍ଵର:ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ଚାଞ୍ଚଲ୍ୟ ଖବର। ସୌମ୍ୟ ହତ୍ୟା ମାମଲାରେ ଏଯାବତ୍ ୩୦ ଜଣଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ। ଏ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାଙ୍ଗ, ପରିବାର ସମେତ ୩୦ ଜଣଙ୍କୁ…

    Continue reading
    ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

    ନରସିଂହପୁର:କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ମୋଟ ୨୫,୦୦୦ ଟଙ୍କା ଲାଞ୍ଚ ଦାବିରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ପୂର୍ବରୁ UPI କାରବାର ମାଧ୍ୟମରେ ୮,୦୦୦ ଟଙ୍କା ନିଆଯାଇଥିଲା । ଆଜି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ