କଟକ,22/08: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ସ୍ବତନ୍ତ୍ର ଓଟିଇଟି ହେବନାହିଁ। ଅନିବାର୍ଯ୍ୟ କାରଣ ଦର୍ଶାଇ ବୋର୍ଡ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବାରମ୍ବାର ପରୀକ୍ଷା ଘୁଞ୍ଚିବାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରବର୍ତ୍ତୀ ସମୟରେ କେବେ ପରୀକ୍ଷା କରାଯିବ ଏବଂ କେଉଁ କାରଣରୁ ପରୀକ୍ଷା ସ୍ଥଗିତ ରଖାଗଲା ତାହା କର୍ତ୍ତୃପକ୍ଷ ସ୍ପଷ୍ଟ କରୁନାହାନ୍ତି। ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀରେ ସବୁ ସେଟ୍ର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ୭୫ ହଜାର ଶିକ୍ଷକଙ୍କ ପଦୋନ୍ନତି ଝୁଲି ରହିଛି। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ସୁରକ୍ଷା ବ୍ୟବସ୍ଥା ଉପରେ ବୋର୍ଡ ଗୁରୁତ୍ବ ଦେଇଛି। ନୂଆ ଫାର୍ମକୁ ପ୍ରଶ୍ନପତ୍ର ମୁଦ୍ରଣ ଦାୟିତ୍ବ ଦିଆଯିବ ବୋଲି ଜଣାପଡ଼ିଛି। ସମୟ ଗଡ଼ୁଥିବାବେଳେ ସ୍ବତନ୍ତ୍ର ଓଟିଇଟିକୁ ନେଇ ତାରିଖ ପରେ ତାରିଖ ବଦଳୁଛି। କେତେବେଳେ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇଯାଉଛି ତ ପୁଣି ତାରିଖ ଘୋଷଣା ପରେ ପୁଣି ସ୍ଥଗିତ ରଖାଯାଉଛି।
ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କ’ଣ ଜାଣନ୍ତୁ
ଅନ୍ତ୍ୟୋଦୟ ଗୃହ ଯୋଜନା : ଆଉ ଦିବର୍ଷ ବଢ଼ିଲା ନିର୍ମାଣ ହେବ ୨.୯୧ ଲକ୍ଷ ଘର ବଢ଼ିଲା ପ୍ରୋତ୍ସାହନ ରାଶି ପୂରଣ ହେବ ସମସ୍ତଙ୍କ ଘର ଯୋଜନାର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୧୫ ।୧୦ : ଅନ୍ତ୍ୟୋଦୟ ଗୃହ ଯୋଜନାରେ…







