
ଦେବଗଡ଼:ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନରେ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ଆନୁକୂଲ୍ୟରେ ଆଜି ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରତିଯୋଗିତା ୨ଟି ସ୍ତରରେ କରାଯାଇଥିଲା। ଉଚ୍ଚ ବିଦ୍ୟାଳୟସ୍ତରରେ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟର ଶ୍ୱେତା ବେହେରା ପ୍ରଥମ, ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟର ଗୁଡଲି ସାହୁ ଦ୍ବିତୀୟ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଗାୟତ୍ରୀ ପ୍ରଧାନ ଓ ଶୁଭ୍ରଜ୍ୟୋତି ଆବାସିକ ବିଦ୍ୟାଳୟର ଦିପ୍ତୀମୟୀ ପ୍ରଧାନ ତୃତୀୟ ଏବଂ ମହାବିଦ୍ୟାଳୟସ୍ତରରେ ଆଦର୍ଶ କଲେଜର ଆକାଶ ମୁଣ୍ଡା ପ୍ରଥମ, ଆଦର୍ଶ କଲେଜର ପୁନମ ପ୍ରଧାନ ଦ୍ବିତୀୟ ସ୍ଥାନ କରିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପୁରସ୍କୃତ କରାଯିବ। ଡିଆଇପିଆରଓ ମନୋରଞ୍ଜନ ସୂତାରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲର ରାକେଶ ଶତପଥି, ଅମ୍ଲାଂଶୁ ପୂଜାରୀ ବିଚାରକ ଥିଲେ। ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲର ସଂପାଦକ ସୁଜିତ ପାତ୍ର, ଶୁଭମ ମହାଙ୍କୁର,ବିଶାଳ ନାୟକ ସହଯୋଗ କରିଥିଲେ।




