
କଟକ: ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ କର୍ମକର୍ତ୍ତା ନିର୍ବାଚନ । ଏଥିରେ ୪ ହଜାର ୭୫୦ ଜଣ ଆଇନଜୀବୀ ମତଦାନ କରିବେ । ଅପରାହ୍ନ ୩ଟା ପର୍ୟ୍ୟନ୍ତ ଚାଲିବ । ୫ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଦୁଇଦିନ ଧରି ଏହି ଭୋଟ୍ ଗଣତି ପ୍ରକ୍ରିୟା ଜାରି ରହିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ୍ ନିର୍ବାଚନ ଅଧିକାରୀ ପ୍ରକାଶ ରଞ୍ଜନ ବାରିକ୍ ସୂଚନା ଦେଇଛନ୍ତି ।
ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ପଦ ଲାଗି ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଏବଂ ଆଇନଜୀବୀ ସୁରେନ୍ଦ୍ରନାଥ କରଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହେଉଛି । ଉପସଭାପତି ପଦଲାଗି ଆଇନଜୀବୀ ବିଷ୍ଣୁମୋହନ ମହାପାତ୍ର, ଆଇନଜୀବୀ ପ୍ରଦୀପ କୁମାର ମହାପାତ୍ର, ରବୀନ୍ଦ୍ର ନାଥ ପାଲ୍, ଆଇନଜୀବୀ ସିଦ୍ଧାର୍ଥ ଦାସ ଏବଂ ତ୍ରିଲୋଚନ ବାରିକ୍ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସମ୍ପାଦକ ପଦ ଲାଗି ଆଇନଜୀବୀ ଅଶୋକ କୁମାର ଦାସ, ଆଇନଜୀବୀ ଅଭିଜିତ୍ ପଟ୍ଟନାୟକ, ଆଇନଜୀବୀ ଦିଲ୍ଲୀପ କୁମାର ରାୟ, ଆଇନଜୀବୀ ହୃଦାନନ୍ଦ ମହାପାତ୍ର, ଆଇନଜୀବୀ ସନ୍ତୋଷ କୁମାର ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।








