ହାଇୱା- ବୋଲେରୋ ଧକ୍କା ; ୫ ମୃତ, ୮ ଆହତ

ଧର୍ମଶାଳା : ଯାଜପୁର ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ବେହେରା ଟାଙ୍କୀ ନିକଟରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବୋଲେରୋ ଗାଡି ସହିତ ହାଇୱା ଗାଡି ଧକ୍କା ହୋଇ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାସହ ୮ ଜଣ ଆହତ ମଧ୍ୟ ହୋଇଛନ୍ତି।

ସୂଚନାନୁଯାୟୀ, ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ବେହେରା ଟାଙ୍କୀ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ଦୁଇ ଶିଶୁ ଓ ଜଣେ ମହିଳା ରହିଛନ୍ତି। ମୃତକମାନେ ବଡ଼ଚଣା ବ୍ଲକ ଅନ୍ତର୍ଗତ ପୁରସ୍ତମପୁର ଶବର ସାହି ଗ୍ରାମର ବୋଲି ଜଣାପଡ଼ିଛି। ସେମାନେ କେନ୍ଦୁଝର ଏକ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ଦୁଇ ଶିଶୁ ଗୁରୁତର ହୋଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି।

  • Related Posts

    ସୁଗୁଡା ଗ୍ରାମରେ କାଳବୈଶାଖୀର ତାଣ୍ଡବ: ବ୍ୟାପକ କ୍ଷୟକ୍ଷତି

    ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବ‌ରେ ବର୍ଷା ଓ ଝଡତୋ‌ଫାନ ହୋଇଥିଲା।ତେବେ ତିଲେଇବଣି ବ୍ଲକର ସୁଗଡା ଗ୍ରାମରେ କାଳ‌ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।ସୁଗୁଡ଼ା ଗ୍ରାମର ସଚିନ ଅଗ୍ରୱାଲ,ଜଟକିଶୋର ସାହୁ,ଭାଗ୍ୟରଥି ସାହୁ,ଭକ୍ତବନ୍ଧୁ ସାହୁ,ସୁଶାନ୍ତ ବିଶ୍ୱାଳଙ୍କ…

    Continue reading
    ଉଭେଇ ଗଲା ତାତି

    ଭୁବନେଶ୍ୱର: ଉଭେଇ ଗଲା ତାତି । ଆଗକୁ ତିନି ଦିନ ଯାଏ ତାତି କମ୍ ରହିବ । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳେ ରହିବ । ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ପାଖାପାଖି ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ