
ଦେବଗଡ:ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନାଞ୍ଚଳ ଚଡ଼େଇମେରା ଗ୍ରାମର ଜଣେ ଚାଷୀ ହାତୀ ଆକ୍ରମଣ ମୃତ୍ୟୁ ଘଟିଥିବା ଫରେଷ୍ଟ ବିଭାଗ ତରଫରୁ ସୂଚନା ମିଳିଅଛି ।ମୃତକ ହେଲେ ଚଡ଼େଇମେରା ଗ୍ରାମର କଡୁ ବେହେରାଙ୍କ ପୁତ୍ର ପୁଅ ପ୍ରଫୁଲ୍ଲ ବେହେରା (୫୫)।
ସୂଚନା ଅନୁଯାୟୀ,ପ୍ରଫୁଲ୍ଲ ଗତ କାଲି ଅପରାହ୍ନ ଠାରୁ ନିକଟସ୍ଥ ଗାଁ ଜଙ୍ଗଲକୁ ଯାଇ ଘରକୁ ଫେରି ନଥିଲା । ରାତି ଘରକୁ ନଫେରିନାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ଓ କୌଣସି ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ଫରେଷ୍ଟ ବିଭାଗ କର୍ମଚାରୀ ଓ ପରିବାର ଲୋକ ମିଳିତ ଭାବେ ନିକଟସ୍ଥ ଜଙ୍ଗଲରେ ଖୋଜିଥିଲେ।ପ୍ରଫୁଲ ଗାଁ ଜଙ୍ଗଲ ନିକଟରେ ମୁମୂର୍ଷୂ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। । ହାତୀ ଆକ୍ରମଣ ଯୋଗୁଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଦିନ ହେବ ନିକଟସ୍ଥ ଜଙ୍ଗଲରେ ହାତୀ ବିଚରଣ କରୁଥିବା ଦେଖିବାକୁ ମିଳୁଅଛି।କୁଣ୍ଢେଇଗୋଳା ଫରେଷ୍ଟର ମନ୍ମଥ ବେହେରା ଓ ତାଙ୍କ କର୍ମଚାରୀ ମାନଙ୍କ ଦ୍ୱାରା ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରାଯାଇଥିଲା।ପ୍ରକାଶ ଥାଉକି କିଛି ମାସ ହେବ ଉକ୍ତ ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଫଳରେ ଅନେକ ଧନ ଜୀବନ ନଷ୍ଟ ହେଉଅଛି। ଫଳରେ ବିଭାଗ ତରଫରୁ ଜନ ସଚେତନ କରାଇ ଏଥିରୁ ଜନ ସାଧାରଣ ଜୀବନ ରକ୍ଷା କରିବା ନିମନ୍ତେ ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୁଦନ ପ୍ରଧାନ ସହ ଅଞ୍ଚଳ ବାସୀ ଦାବୀ କରିଛନ୍ତି।


